ଓଡିଶା

odisha

ETV Bharat / sports

ବିଦାୟ ନେଇଗଲେ ତାମିଲ ହାସ୍ୟଅଭିନେତା ବିବେକ, କ୍ରୀଡାଜଗତରେ ଶୋକ - ଅଲରାଉଣ୍ଡର ୱାସିଂଟନ ସୁନ୍ଦର

ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅଲରାଉଣ୍ଡର ୱାସିଂଟନ ସୁନ୍ଦର ଓ ଦ୍ରୁତ ବୋଲର ଟି ନଟରାଜନ ତାମିଲ, ଅଭିନେତା ବିବେକଙ୍କ ଦେହାନ୍ତରେ ଶୋକବ୍ୟକ୍ତ କରିଛନ୍ତି । ଅଧିକ ପଢନ୍ତୁ...

Ashwin, Sundar, Natarajan condole demise of actor Vivek
ବିଦାୟ ନେଇଗଲେ ତାମିଲ ହାସ୍ୟଅଭିନେତା ବିବେକ, କ୍ରୀଡାଜଗତରେ ଶୋକ

By

Published : Apr 17, 2021, 4:08 PM IST

ହାଇଦ୍ରାବାଦ:ତାମିଲ ଅଭିନେତା ବିବେକଙ୍କ ଦେହାନ୍ତରେ ମ୍ରିୟମାଣ ସିନେଜଗତ । ଲୋକପ୍ରିୟ ଅଭିନେତାଙ୍କ ବିୟୋଗରେ ଦେଶର ଅଗଣିତ ସେନେପ୍ରେମୀଙ୍କ ସହ ସବୁ ମହଲରେ ଖେଳିଯାଇଛି ଶୋକର ଛାୟା । ଭାରତୀୟ କ୍ରୀଡାଜଗତ ମଧ୍ୟ ଏଥିରୁ ବାଦ୍‌ ପଡିନି । ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଅଲରାଉଣ୍ଡର ୱାସିଂଟନ ସୁନ୍ଦର ଓ ଦ୍ରୁତ ବୋଲର ଟି ନଟରାଜନ ଶୋକବ୍ୟକ୍ତ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ଶନିବାର ଚେନ୍ନାଇର SIMS ହସ୍ପିଟାଲରେ ବିବେକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ହୋଇଥିଲା ।

ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ସହ ଅଭିନେତା ବିବେକ
ବୃକ୍ଷରୋପଣ ବେଳେ ଛାତ୍ରଛାତ୍ରୀଙ୍କ ସହ ବିବେକ

ଅଶ୍ବିନ ଟ୍ବିଟରେ ଲେଖିଛନ୍ତି, "ଅଭିନେତା ବିବେକଙ୍କ ଦେହାନ୍ତରେ ଅତ୍ୟନ୍ତ ଦୁଃଖି ।" ଫ୍ୟାନ୍ସ ଓ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ଅଶ୍ବିନ ଏହା ବିଶ୍ବାସ କରିବା କଷ୍ଟ ବୋଲି ଲେଖିଛନ୍ତି ।

ସେହିପରି ନଟରାଜନ, ସୁନ୍ଦର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ସୂଚନା ଅନୁଯାୟୀ, ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଅଭିନେତା ବିବେକ ଶୁକ୍ରବାର ହୃଦଘାତର ଶିକାର ହୋଇଥିଲେ । ପରେ ତାଙ୍କୁ SIMS ହସ୍ପିଟାଲର କେୟାର ୟୁନିଟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ଲୋକପ୍ରିୟ ହାସଅଭିନେତା ବିବେକ ଜଣେ ପରିବେଶବିତ ମଧ୍ୟ ଥିଲେ । ସଂପୂର୍ଣ୍ଣ ତାମିଲନାଡୁରେ ଅଗଣିତ ଗଛ ଲଗାଇବାର କାର୍ଯ୍ୟକ୍ରମ କରିଛନ୍ତି । ଏହି ସମାଜଉପଯୋଗୀ ଗ୍ରୀନ ମୋମେଣ୍ଟରେ ସେ ବେଶ୍‌ ସଫଳ ମଧ୍ୟ ହୋଇଥିଲେ । ଏହା କରିବାକୁ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ପରାମର୍ଶ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details