ଦୁବାଇ: ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ, ଇଂଲଣ୍ଡ କ୍ୟାପଟେନ ଜୋ ରୁଟ୍ , ନ୍ୟୁଜିଲାଣ୍ଡର ଅଲ୍-ରାଉଣ୍ଡର କେଏଲ ଜେମିଏସନ ଓ ଶ୍ରୀଲଙ୍କାର ଟେଷ୍ଟ କ୍ୟାପଟେନ ଦିମୁଖ କରୁଣାରତ୍ନେ ବର୍ଷ ୨୦୨୧ର ICC ପୁରୁଷ ଟେଷ୍ଟ ଖେଳାଳି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ଭାରତର ଅନ୍ୟତମ ଶ୍ରେଷ୍ଠ ମ୍ୟାଚ୍ ବିଜେତା ରବିଚନ୍ଦ୍ରନ ଅଶ୍ବିନ ବର୍ଷ ୨୦୨୧ରେ ପ୍ରଭାବୀ ପ୍ରଦର୍ଶନ ସହ ଶ୍ରେଷ୍ଠ ସ୍ପିନର ଭାବେ ନିଜକୁ ପ୍ରମାଣିତ କରିଛନ୍ତି । ବଲ୍ରେ କମାଲ କରିବା ସହ ବ୍ୟାଟ୍ରେ ମଧ୍ୟ ଅଶ୍ବିନ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି ।
ଭାରତୀୟ ସ୍ପିନର ବିଦାୟୀ ବର୍ଷ ୨୦୨୧ରେ ଖେଳିଥିବା ୮ଟି ଟେଷ୍ଟରୁ ୧୬.୨୩ ଆଭରେଜରେ ୫୨ଟି ୱିକେଟ ହାସଲ କରିଛନ୍ତି । ସେହିପରି ଗୋଟିଏ ଶତକୀୟ ଇଂନିସ ସହ ୨୮.୦୮ ଆଭରେଜରେ ୩୩୭ ରନ୍ ମଧ୍ୟ ସଂଗ୍ରହ କରିଛନ୍ତି ।
ଏହାମଧ୍ୟ ପଢନ୍ତୁ: ଇଂଲଣ୍ଡର ଆସେସ ଆତ୍ମସମର୍ପଣରେ ପୂର୍ବତନ କ୍ୟାପଟେନ ଲଜ୍ଜିତ
ଇଂଲଣ୍ଡ ଟେଷ୍ଟ କ୍ୟାପଟେନ ଜୋ ରୁଟ୍ ବର୍ଷ ୨୦୨୧ରେ ଏଯାବତ ଖେଳିଥିବା ୧୫ଟି ଟେଷ୍ଟରୁ ୬ଟି ଶତକ ସହ ୧,୭୦୮ ରନ୍ ସଂଗ୍ରହ କରିଛନ୍ତି ଓ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଟେଷ୍ଟ କ୍ରିକେଟ ଇତିହାସରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୧,୭୦୦ରୁ ଅଧିକ ରନଂ ସଂଗ୍ରହ କରିବାରେ ତୃତୀୟ ଖେଳାଳି ଭାବେ ରେକର୍ଡ କରିଛନ୍ତି ରୁଟ୍ ।
ଏହାପୂର୍ବରୁ ମହମ୍ମଦ ୟୁସୁଫ ଓ ସାର୍ ଭିଭିନ ରିଚାର୍ଡସ, ରୁଟ୍ଙ୍କ ଆଘରେ ରହିଛନ୍ତି ।