ଓଡିଶା

odisha

ETV Bharat / sports

ବିଶ୍ବକପ ଫାଇନାଲ ମ୍ୟାଚ୍‌ ମନେପକାଇ ମୋର୍ଗାନଙ୍କୁ ନୈତିକତାର ପାଠ ପଢାଇଲେ ଅଶ୍ବିନ - ଦିଲ୍ଲୀ କ୍ୟାପିଟାଲ୍ସ ବନାମ କୋଲକାତା ନାଇଟ ରାଇଡର୍ସ

ରାଗି ରବିଚନ୍ଦ୍ରନ ଅଶ୍ବିନ ଗୁରୁବାର ଇଂଲଣ୍ଡର ବିଶ୍ବକପ ବିଜୟୀ କ୍ୟାପଟେନ ଓ ନ୍ୟୁଜିଲାଣ୍ଡ ସ୍ପିଡଷ୍ଟାର ଟିମ ସାଉଦିଙ୍କୁ କଡା ଜବାବ ଦେଇଛନ୍ତି । ଅଧିକ ପଢନ୍ତୁ...

Ashwin hits back at England captain Morgan, asks him to "stop taking moral high ground"
ବିଶ୍ବକପ ଫାଇନାଲ ମ୍ୟାଚ୍‌ ମନେପକାଇ ମୋର୍ଗାନଙ୍କୁ ନୈତିକତାର ପାଠ ପଢାଇଲେ ଅଶ୍ବିନ

By

Published : Sep 30, 2021, 6:39 PM IST

ଦୁବାଇ:ରାଗି ରବିଚନ୍ଦ୍ରନ ଅଶ୍ବିନ ଗୁରୁବାର ଇଂଲଣ୍ଡର ବିଶ୍ବକପ ବିଜୟୀ କ୍ୟାପଟେନ ଓ ନ୍ୟୁଜିଲାଣ୍ଡ ସ୍ପିଡଷ୍ଟାର ଟିମ ସାଉଦିଙ୍କୁ କଡା ଜବାବ ଦେଇଛନ୍ତି । କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଖେଳୁଥିବା ଉଭୟ ବିଦେଶୀ ଖେଳାଳିଙ୍କ ଉଦ୍ଦେଶ୍ୟରେ ଅଶ୍ବିନ କହିଛନ୍ତି, 'ଅପମାନଜନକ'' ଶବ୍ଦର ବ୍ୟବହାର ଓ ସ୍ପିରିଟ୍‌ ଅଫ କ୍ରିକେଟ(କ୍ରିକେଟ ଭାବନା)ର ନୀତିବାଣୀ ଶୁଣାଇବା ବନ୍ଦ କରନ୍ତୁ ।

ଏକ ଆଇପିଏଲ ମ୍ୟାଚ୍‌ରେ ଏକ ଅତିରିକ୍ତ ରନ୍‌ ନେବା ନେଇ ମୁହାଁମୁହିଁ ହୋଇଥିଲେ ଦିଲ୍ଲୀ କ୍ୟାପିଟାଲ୍ସର ଅଶ୍ବିନ ଓ KKR କ୍ୟାପେଟନ ଇଆନ ମୋର୍ଗାନ ।

ମଙ୍ଗଳବାର କୋଲକାତା ନାଇଟ ରାଇଡର୍ସ(KKR) ଓ ଦିଲ୍ଲୀ କ୍ୟାପିଟାଲ୍ସ(DC) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ସମୟରେ ଅଶ୍ବିନ, ଏକ ଅତିରିକ୍ତ ନେବାକୁ ଚାହିଁଥିଲେ । ଡିପ୍‌ରେ ଫିଲ୍ଡିଂ କରୁଥିବା ରାହୁଲ ତ୍ରିପାଠୀଙ୍କ ଥ୍ରୋ ଅଶ୍ବିନଙ୍କ ପାର୍ଟନର ଋଷଭ ପନ୍ତଙ୍କ ଶରୀରରେ ଲାଗିବା ସହ ଅନ୍ୟତ୍ର ଚାଲିଯାଇଥିଲା । ଫଳରେ ଓଭର ଥ୍ରୋ ରନ୍‌ ପାଇଁ ଅଶ୍ବିନ ଓ ପନ୍ତ ଦୌଡିଥିଲେ ।

ଏପରି ଘଟଣାରେ MCC ନିୟମ ଅନୁଯାୟୀ, ରନ୍‌ ପାଇଁ ଅନୁମତି ଥିବାବେଳେ ଇଂଲଣ୍ଡ କ୍ୟାପଟେନ ମୋର୍ଗାନ ଅଶ୍ବିନଙ୍କୁ ଅପମାନଜନକ ଶବ୍ଦ କହିଥିଲେ ଓ 'ସ୍ପିରିଟ୍‌ ଅଫ୍‌ କ୍ରିକେଟ୍' ନିୟମର ଉଲଂଘନ ବୋଲି ଅଭିଯୋଗ କରିଥିଲେ । ପର ୱିକେଟ କିପର ଥିବା ଦିନେଶ କାର୍ତ୍ତିକ ଉଭୟଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।

ଆଇପିଏଲର ଏହି ଘଟଣା ୨୦୧୯ କ୍ରିକେଟ ବିଶ୍ବକପ ଫାଇନାଲରେ ଘଟିଥିବା ଘଟଣାକୁ ଜୀବନ୍ତ କରିଛି । ୱିକେଟ କିପରଙ୍କ ନିକଟକୁ ନ୍ୟୁଜିଲାଣ୍ଡର ଫିଲ୍ଡର ଥ୍ରୋ କରୁଥିବେଳେ, ରନ୍‌ ପାଇଁ ପ୍ରୟାସ କରୁଥିବା ବେନ ଷ୍ଟୋକ୍ସଙ୍କ ଦେହରେ ଥ୍ରୋ ବାଜିଥିଲା । ଷ୍ଟୋକ୍ସଙ୍କ ଶରୀରରେ ଲାଗିବା ପରେ ସିଧା ବାଉଣ୍ଡ୍ରୀ ବାହାରକୁ ଚାଲିଯାଇଥିଲା । ଫଳରେ ଅମ୍ପାୟର ଏହାକୁ ଓଭର ଥ୍ରୋ ୪ ରନ୍‌ ବୋଲି ଘୋଷଣା କରିବାପରେ ଇଂଲଣ୍ଡ ବିଶ୍ବକପ ବିଜେତା ହୋଇଥିଲା ।

ମଙ୍ଗଳବାର ସାଉଦୀଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ଏହାପରେ ସାଉଦୀ, ସିନିୟର ଭାରତୀୟ କ୍ରିକେଟର ଅଶ୍ବିନଙ୍କ ଉଦ୍ଦେଶ୍ୟରେ କହିଥିଲେ "ଯେତେବେଳେ ତୁମେ ଠକିବ, ଏପରି ଘଟିବ" ।

ଏହାର ଉତ୍ତରରେ ଏକାଧିକ ଟ୍ବିଟ କରିବା ସହ ଅଶ୍ବିନ ସ୍ପଷ୍ଟ କରିଛନ୍ତି ଯେ, ଯଦି ବଲ୍‌ ଫିଲ୍ଡରଙ୍କ ଶରୀରରେ ଲାଗେ ସେ ନିଶ୍ଚୟ ରନ୍‌ ପାଇଁ ଯିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details