ମେଲବର୍ଣ୍ଣ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଆସେସ(Ashes) ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(MCG)ରେ ଖେଳାଯାଉଛି । ପ୍ରଥମ ଦୁଇଟି ଟେଷ୍ଟରେ ପରାସ୍ତ ହୋଇସାରିଥିବା ଭ୍ରମଣକାରୀ ଇଂଲଣ୍ଡ ତୃତୀୟ ଟେଷ୍ଟରେ ମଧ୍ୟ ପରାଜୟ ଦ୍ବାରରେ ରହିଛି । ଅନ୍ୟପଟେ ଇଂଲିସ କ୍ୟାମ୍ପ୍ରେ COVID-19ର ଏଣ୍ଟ୍ରୀ ମଧ୍ୟ ଟିମର ଚିନ୍ତା ବଢାଇଛି । ଦୁଇଜଣ ସପୋର୍ଟ ଷ୍ଟାଫ ଓ ତାଙ୍କର ପରିବାର ସଦସ୍ୟଙ୍କ COVID-19 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାମଧ୍ୟ ପଢନ୍ତୁ:SA vs Ind: ସେଞ୍ଚୁରିଆନ ଟେଷ୍ଟରେ ବର୍ଷା ବାଧକ, ଦ୍ବିତୀୟ ଦିନ ଖେଳ ଆରମ୍ଭରେ ବିଳମ୍ବ
ବକ୍ସିଂ ଡେ ଟେଷ୍ଟର ଦ୍ବିତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡର ଦ୍ବିତୀୟ ଇଂନିସ ସ୍କୋର ୩୧-୪ ରହିଛି ଓ ଘରୋଇ ଟିମର ପ୍ରଥମ ଇଂନିସ ସ୍କୋର ଠାରୁ ୫୧ ରନ୍ ପଛରେ ରହିଛି । ଜୋ ରୁଟ୍ ୧୨ ଓ ବେନ ଷ୍ଟୋକ୍ସ ୨ ରନ୍ରେ ଅପରାଜିତ ଅଛନ୍ତି । କଙ୍ଗାରୁ ବୋଲରଙ୍କ ଘାତକ ବୋଲିଂ ସାମ୍ନାରେ ଇଂଲଣ୍ଡର ବ୍ୟାଟିଂ ପୁଣି ଧରାଶାୟୀ ହୋଇଛି ।