ଓଡିଶା

odisha

ETV Bharat / sports

Ashes: ଆଡିଲେଡ୍‌ ଟେଷ୍ଟ ବିଜୟ ପାଇଁ ଇଂଲଣ୍ଡ ସାମ୍ନାରେ 468 ରନ୍‌ ଟାର୍ଗେଟ

ଅଷ୍ଟ୍ରେଲିଆ 230/9 ଦ୍ବିତୀୟ ଇଂନିସ ଘୋଷଣା କରିବା ପରେ ଦ୍ବିତୀୟ ଆସେସ ଟେଷ୍ଟ(Ashes Test) ବିଜୟ ପାଇଁ ଇଂଲଣ୍ଡ ସାମ୍ନାରେ 468 ରନ୍‌ର ବିଜୟ ଲକ୍ଷ୍ୟ । ଅଧିକ ପଢନ୍ତୁ

By

Published : Dec 19, 2021, 4:35 PM IST

Ashes: Australia declare at 230/9; England need 468 runs to win 2nd Test
Ashes: ଆଡିଲେଡ୍‌ ଟେଷ୍ଟ ବିଜୟ ପାଇଁ ଇଂଲଣ୍ଡ ସାମ୍ନାରେ 468 ରନ୍‌ ଟାର୍ଗେଟ

ଆଡିଲେଡ୍‌(ଅଷ୍ଟ୍ରେଲିଆ):ଦ୍ବିତୀୟ ଆସେସ ଟେଷ୍ଟ ବିଜୟ ପାଇଁ ଇଂଲଣ୍ଡ ସାମ୍ନାରେ 468 ରନ୍‌ ବିଜୟ ଲକ୍ଷ୍ୟ ରହିଛି। ରବିବାର ମ୍ୟାଚ୍‌ର ଚତୁର୍ଥ ଦିନରେ ଅଷ୍ଟ୍ରେଲିଆ 230/9 ଦ୍ବିତୀୟ ଇଂନିସ ଘୋଷଣା କରିବା ସହ ଜୋ ରୁଟ୍‌ଙ୍କ ଟିମ ସାମ୍ନାରେ ବଡ ବିଜୟ ରଖିଛି।

ଦିନର ଦ୍ବିତୀୟ ସେସନରେ ଟ୍ରାଭିସ ହେଡ୍‌ ଓ ମାର୍ନସ ଲାବୁସାନ ଉଭୟ ଅର୍ଦ୍ଧଶତକ ପୂରଣ କରିଥିଲେ । ଡେୱିଡ ମଲାନ ଲାବୁସାନଙ୍କ ୱିକେଟ ହାସଲ କରି ପ୍ରଥମ ଟେଷ୍ଟ ୱିକେଟ ହାତେଇଥିଲେ ।

ଏହାମଧ୍ୟ ପଢନ୍ତୁ:IND vs SA: ବିରାଟ ବାହିନୀର ଜୋରଦାର୍‌ ଅଭ୍ୟାସ

ଆଲେକ୍ସ କ୍ୟାରୀ, ଜୋଏ ରିଚାର୍ଡସନ ଓ ମିଚେଲ ଷ୍ଟାର୍କ ଶୀଘ୍ର ପାଭିଲିଅନ ଫେରିଥିଲେ । ମାତ୍ର କେମରନ ଗ୍ରୀନ ଅଷ୍ଟ୍ରେଲିଆ ଲିଡ୍‌କୁ 467ରେ ପହଞ୍ଚାଇଥିଲେ ।

ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ 473/9 ଘୋଷଣା ଓ 230/9 ଘୋଷଣା(ଲାବୁସାନ 51, ଟ୍ରାଭିସ ହେଡ୍‌ 51; ଜୋ ରୁଟ୍‌ 2-27) ବନାମ ଇଂଲଣ୍ଡ 236 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details