ବ୍ରିସବେନ୍(ଅଷ୍ଟ୍ରେଲିଆ):ରୋମାଞ୍ଚକର ସ୍ଥିତିରେ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଆସେସ(Ashes) ଟେଷ୍ଟ । ପ୍ରଥମ ଇଂନିସରେ ମାତ୍ର ୧୪୭ ରନ୍ରେ ଅଲଆଉଟ୍ ହୋଇଥିବା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ଲଢୁଆ ପ୍ରଦର୍ଶନ କରିଛି । ବ୍ରିସବେନର ଐତିହାସକ ଗାବା ଗ୍ରାଉଣ୍ଡରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନ ଖେଳ ସୁଦ୍ଧା ଇଂଲଣ୍ଡ ଦ୍ବିତୀୟ ଇଂନିସରେ ୨ ୱିକେଟ ହରାଇ ୨୨୦ ରନ୍ ସଂଗ୍ରହ କରିନେଇଛି ।
ତେବେ ଅଷ୍ଟ୍ରେଲିଆ ଠାରୁ ଏବେବି ୫୮ ରନ୍ ପଛରେ ରହିଛି । ଡେୱିଡ ମଲାନ ୮୦ ଓ କ୍ୟାପଟେନ ଜୋ ରୁଟ୍ ୮୬ ରନ୍ରେ ଅପରାଜିତ ରହିଛନ୍ତି । ଦୁଇ ଓପନର ହସିବ ହମିଦ ଓ ରରି ବର୍ଣ୍ଣସ ପ୍ରଥମ ଇଂନିସ ପରି ଦ୍ବିତୀୟ ଇଂନିସରେ ମଧ୍ୟ ଫେଲ୍ ମାରିଛନ୍ତି ।
ପ୍ରଥମ ଇଂନିସରେ ୪୨୫ ରନ୍ର ବିଶାଳ ସ୍କୋର କରିଥିଲା ଘରୋଇ ଟିମ । ଟ୍ରାଭିସ ହେଡ୍ ଦମଦାର ୧୫୨ ରନ୍ର ଇଂନିସ ଖେଳିଥିଲେ । ଓପନର ଡେଭିଡ ୱାର୍ଣ୍ଣରଙ୍କ ୯୫ ରନ୍ ଓ ଲାବୁସାନଙ୍କ ୭୪ ରନ୍ର ଅର୍ଦ୍ଧଶତକୀୟ ଇଂନିସ ବଳରେ ଡ୍ରାଇଭର ସିଟ୍ରେ ରହିଛି ଅଷ୍ଟ୍ରେଲିଆ ।