ନୂଆଦିଲ୍ଲୀ:ଆଜି ପୂର୍ବତନ ଭାରତୀୟ ସ୍କିପର ତଥା ବିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ଜନ୍ମଦିନ । ଯାହାଙ୍କୁ କ୍ରିକେଟ ଜଗତରେ ସମସ୍ତେ ସୌରଭଙ୍କୁ ଦାଦା ବୋଲି ଜାଣନ୍ତି । 49ବର୍ଷ ବୟସରେ ପର୍ଦାପଣ କରିଛନ୍ତି ସୌରଭ ।
1996ରେ ଇଣ୍ଡଲ ବିପକ୍ଷରେ ଟେଷ୍ଟରେ ପାଦ ରଖିଥିଲେ ଗାଙ୍ଗୁଲି । ଏହି ଟେଷ୍ଟରେ ତାଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଖବରର ଶରୋନାମା ପାଲଟିଥିଲେ । ତାଙ୍କ ବ୍ୟାଟିଂରେ ସେ ସାମ୍ନା ଦଳର ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ । ଏହି ବାମହାତୀ ବ୍ୟାଟ୍ସମ୍ୟାନ ଦ୍ବିତୀୟ ଟେଷ୍ଟରେ ଜବରଦସ୍ତ ପ୍ରଦର୍ଶନ କରି ଶତକ ହାସଲ କରିଥିଲେ । ଏହା ପରେ ସେ ପ୍ରଥମ ଦୁଇ ଇଂନିସରେ ଶତକ ହାସଲ କରିଥିବା ତୃତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ । ଏହା ପରେ ତାଙ୍କୁ ପ୍ରିନ୍ସ ଅଫ୍ କୋଲକାତାର ଆଖ୍ୟା ଦିଆଯାଇଥିଲା ।
1997ରେ ପାକିସ୍ତାନ ବିପକ୍ଷ ଦିନିକିଆରେ ଚମତ୍କାର ଖେଳ ପାଇଁ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ । 1999 ୱାଲର୍ଡ କପରେ ଶ୍ରୀଲଙ୍କା ବିପକ୍ଷରେ 183 ରନ ହାସଲ କରିଥିଲେ । ରାହୁଲ ଦ୍ରାବିଡ ଓ ଗାଙ୍ଗୁଲିଙ୍କ ସହଭାଗିତାରେ ଦଳ 318 ରନ କରିଥିଲା । 2000 ମସିହାରେ ଗାଙ୍ଗୁଲିଙ୍କ ନେତୃତ୍ବରେ ପ୍ରଥମ ICC ଟ୍ରଫି ଜିତିଥିଲା ଭାରତ ।