ହାଇଦ୍ରାବାଦ:ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ବିରାଟ ଅନୁଷ୍କାଙ୍କ ଝିଅ ଭମିକା । ଟିଭି ପରଦାରେ ଭମିକାଙ୍କ ପ୍ରଥମ ଝଲକ ଦେଖିଲେ ଲକ୍ଷ ଲକ୍ଷ ଦର୍ଶକ । ଗତକାଲି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଖେଳାଯାଉଥିବା ବେଳେ ଟିଭି ପରଦାରେ ଦର୍ଶକ ଏପରି କିଛି ଝଲକ ଦେଖିବାକୁ ପାଇଛନ୍ତି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହୋଇଛି ।
ପ୍ରଥମ ଥର ସାମ୍ନାକୁ ଆସିଲା ବିରୁଷ୍କାଙ୍କ ଝିଅ ଭମିକାଙ୍କ ଭିଡିଓ - ବିରାଟ ଓ ଅନୁଷ୍କାଙ୍କ ଝିଅର ପ୍ରଥମ ଝଲକ
ପ୍ରଥମ ଥର ପାଇଁ ଟିଭି ପରଦାରେ ଭମିକାଙ୍କ ପ୍ରଥମ ଝଲକ ଦେଖିଲେ ଲକ୍ଷ ଲକ୍ଷ ଦର୍ଶକ । ବିରାଟ ଅନୁଷ୍କାଙ୍କ ଝିଅ ଭମିକାଙ୍କ ଭିଡିଓ ଭାଇରାଲ । ଅଧିକ ପଢନ୍ତୁ
ଗତକାଲି ଦକ୍ଷିଣ ଆଫ୍ରିକାରେ ମ୍ୟାଚ ଚାଲୁଥିବା ସମୟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଷ୍ଟାଣ୍ଡସରେ ନିଜ ଝିଅ ଭମିକାଙ୍କୁ ଧରି ଛିଡା ହୋଇଥିଲେ । ଏହି ସମୟରେ କ୍ୟାମେରାର ଲେନ୍ସ ତାଙ୍କ ଉପରେ ପଡିବା ସହିତ ଟିଭି ସ୍କ୍ରିନରେ କିଛି ସମୟ ପାଇଁ ଆସିଥିଲେ ଭମିକା। ଏହା ପୂର୍ବରୁ କେବେ ବି ଦର୍ଶକ ଭମିକାଙ୍କୁ ଦେଖିନଥିଲେ । ଭାଇରାଲ ଭିଡିଓରେ ଭମିକା ଏକ ପିଙ୍କ କଲରର ଫ୍ରକ ପିନ୍ଧିଥିବା ବେଳେ ଅନୁଷ୍କା ତାଙ୍କୁ ଧରି ଛିଡା ହୋଇଥିବା ଦେଖିବାକୁ ମିଳିଛି ।
ଏହି ଭିଡିଓ ଭାଇରାଲ ପରେ ମୁହଁ ଖୋଲିଛନ୍ତି ବିରାଟ । ଭିଡିଓଟିକୁ ଡିଲିଟ କରିବାକୁ ସେ ଅନୁରୋଧ କରିଛନ୍ତି । କାହିଁକିନା ସେ ଓ ଅନୁଷ୍କା ଚାହୁଁନାହାନ୍ତି ବର୍ତ୍ତମାନ ତାଙ୍କ ଝିଅର ଚେହେରା ସାର୍ବଜନିକ ହେଉ ।