ଓଡିଶା

odisha

ETV Bharat / sports

ପିଭି ସିନ୍ଧୁଙ୍କ ପୁରସ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁପମ ଖେର - ପିଭି ସିନ୍ଧୁଙ୍କ ଘରେ ଅଭିନେତା ଅନୁପମ ଖେର

ପିଭି ସିନ୍ଧୁଙ୍କ ପୁରସ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁପମ ଖେର । ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପୁରସ୍କାର ଟ୍ରଫି ଦେଖି ଆଶ୍ଚର୍ଯ୍ୟ ହେଲେ ଅଭିନେତା ଅନୁପମ ଖେର ( Anupam Kher ) । ଅଧିକ ପଢନ୍ତୁ

ପିଭି ସିନ୍ଧୁଙ୍କ ପୁରସ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁପମ ଖେର
ପିଭି ସିନ୍ଧୁଙ୍କ ପୁରସ୍କାର ଦେଖି ଆଶ୍ଚର୍ଯ୍ୟ ହେଲେ ଅନୁପମ ଖେର

By

Published : Sep 30, 2022, 4:30 PM IST

ହାଇଦ୍ରାବାଦ: ଅଲମ୍ପିଆନ ପିଭି ସିନ୍ଧୁଙ୍କ ( Indian badminton player PV Sindhu ) ଘରେ ପହଁଞ୍ଚିଲେ ପ୍ରଖ୍ୟାତ ଅଭିନେତା ଅନୁପମ ଖେର ( Anupam Kher ) । ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ପୁରସ୍କାର ଟ୍ରଫି ଦେଖି ଆଶ୍ଚର୍ଯ୍ୟ ହେଲେ ଏହି ଅଭିନେତା । ତେବେ ପିଭି ସିନ୍ଧୁଙ୍କୁ ସାକ୍ଷାତ କରିବା ପରେ ଅନୁପମ ଖେର ଅଲମ୍ପିଆନଙ୍କ ପୁରସ୍କାର ଟ୍ରଫି ଥାକର ଏକ ଭିଡିଓ ତାଙ୍କ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ।

ଭାରତର ସଫଳ କ୍ରୀଡାବିତଙ୍କ ମଧ୍ୟରେ ଅଲମ୍ପିଆନ ପିଭି ସିନ୍ଧୁ ଅନ୍ୟତମ ଅଟନ୍ତି । ଏହି ଷ୍ଟାର ସଟଲର ପିଭି ସିନ୍ଧୁ ଖେଳ ମାଧ୍ୟମରେ ଦେଶକୁ ଗୌରବାନ୍ବିତ କରିଛନ୍ତି । ବିଭିନ୍ନ ଇଭେଣ୍ଟରେ ଭାଗ ନେଇ ଦେଶକୁ ଅନେକ ପଦକ ଭେଟି ଦେଇଛନ୍ତି । ପିଭି ସିନ୍ଧୁଙ୍କ ସଫଳତାକୁ ଭୂୟସୀ ପ୍ରଶଂସା କରିଛନ୍ତି ବଲିଉଡର ପ୍ରଖ୍ୟାତ ଅଭିନେତା ଅନୁପମ ଖେର । ଏହା ସହିତ ତାଙ୍କ ସଫଳତା ପାଇଁ ହାସଲ ହୋଇଥିବା ପଦକ ଏବଂ ଟ୍ରଫିକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡିଥିଲେ ଅଭିନେତା ଖେର । ତାଙ୍କର ପଦକ ଓ ଟ୍ରଫିକୁ ଦେଖିବା ପରେ ତାର ଏକ ଭିଡିଓ ଇନଷ୍ଟାଗ୍ରାମ ରିଲ୍ସରେ ପୋଷ୍ଟ କରିଥିଲେ ଅନୁପମ ଖେର । ଭିଡିଓ ପୋଷ୍ଟ କରି ଅନୁପମ ଖେର କହିଛନ୍ତି " ଆଉ ଏକ ଚମ୍ପିଆନଙ୍କ ଘରେ ଥିବା ଏହି ଥାକକୁ ଦେଖନ୍ତୁ । ଥାକରେ ପ୍ରବଳ ପୁରସ୍କାର ଦେଖି ମୋତେ ବହୁତ ଗର୍ବ ଅନୁଭବ ହେଉଛି । ଏହା ଚମତ୍କାର ଅଟେ ଏହା ଆଶ୍ଚର୍ଯ୍ୟଜନକ କଥା ଅଟେ ।"

ଏହା ବି ପଢନ୍ତୁ...Ind Vs SA T20 Series: ଆହତ ବୁମରାଙ୍କ ସ୍ଥାନ ନେଲେ ସିରାଜ

ଅଭିନେତା ଅନୁପମ ଖେର ଆହୁରି ମଧ୍ୟ କହିଛନ୍ତି ପିଭି ସିନ୍ଧୁଙ୍କ ବାପା ପିଭି ରମନାଙ୍କ ସହିତ ମଧ୍ୟ ସେ ସାକ୍ଷାତ କରିଛନ୍ତି । ଝିଅର ସଫଳତାକୁ ନେଇ ପିଭି ରମନା କହିଛନ୍ତି ତାଙ୍କ ଘରେ ଆଉ ଟ୍ରଫି ଏବଂ ପଦକ ରଖିବା ପାଇଁ ଜାଗା ନାହିଁ । ପିଭି ସିନ୍ଧୁ ୨୦୧୬ ରିଓ ଅଲମ୍ପିକରେ ମହିଳା ସିଙ୍ଗଲ୍ସ ବ୍ୟାଡ ମିଣ୍ଟନରେ ଦେଶକୁ ରୌପ୍ୟ ପଦକ ଭେଟି ଦେଇଥିଲେ । ସେହିପରି ୨୦୨୦ ଟୋକିଓ ଅଲମ୍ପିକ୍ସରେ ପିଭି ସିନ୍ଧୁ ବ୍ରୋଞ୍ଜ ପଦକ ଜିତି ଥିଲେ । ଏହା ସହିତ ପିଭି ସିନ୍ଧୁ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ସେହିପରି ୨୦୨୨ ମସିହାରେ ଚୀନର ୱାଙ୍ଗ ଝି ୟିଙ୍କୁ ହରାଇ ସିଙ୍ଗାପୁର ଓପନ ଟାଇଟଲ ହାତେଇଥିଲେ ଏହି ଷ୍ଟାର ସଟଲର ପିଭି ସିନ୍ଧୁ ।

ABOUT THE AUTHOR

...view details