ଓଡିଶା

odisha

World Cup 2023: 'ଚୂଡାନ୍ତ ଏକାଦଶରେ ବୁମରା, ସାମି ଓ ସିରାଜ ରହିବା ନିହାନ୍ତି ଆବଶ୍ୟକ'

By ETV Bharat Odisha Team

Published : Sep 27, 2023, 12:45 PM IST

କ୍ରିକେଟ ବିଶ୍ବକପ ପାଇଁ ଆଉ ମାତ୍ର କିଛି ଦିନ । ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ବୁମରା, ସାମି ଓ ସିରାଜ ରହିବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପୂର୍ବତନ କୋଚ ତଥା କ୍ରିକେଟର ଅଶୁଂମାନ ଗାଏକ୍ବାଡ । ଅଧିକ ପଢନ୍ତୁ

World Cup 2023
Anshuman gaekwad on team india

କୋଲକାତା:ବିଶ୍ବ କପକୁ ଆଉ ମାତ୍ର 7 ଦିନ ବାକି ରହିଛି । କିଛି ଭ୍ରମଣକାରୀ କ୍ରିକେଟ ଦଳ ଭାରତରେ ପହଞ୍ଚିଲେଣି । ଆଉ ହାତ ଗଣତି ଦିନ ପରେ ବିଶ୍ବକପ ଆରମ୍ଭ ହୋଇଯିବ । ଏହାରି ଭିତରେ ଭାରତର ପୂର୍ବତନ କୋଚ ତଥା ଓପନର ଅଶୁଂମାନ ଗାଏକ୍ବାଡ ଟିମ୍‌ ଇଣ୍ଡିଆ ବୋଲିଂ ବିଭାଗକୁ ନେଇ ଇଟିଭି ଭାରତକୁ ସୂଚନା ଦେଇଛନ୍ତି । ବିଶ୍ବକପ୍‌ ପାଇଁ ଭାରତୀୟ ଦଳର ଏକାଦଶରେ ଯଶପ୍ରୀତ ବୁମରା, ମହମ୍ମଦ ସାମି ଓ ମହମ୍ମଦ ସିରାଜ ନିଶ୍ଚିନ୍ତ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଭାରତ ପାଖରେ 4ଜଣ ଟପ୍‌ କ୍ବାଲିଟି ବୋଲର ଅଛନ୍ତି । ସେମାନେ ବିଶ୍ବକପ ନେଇ ଭାରତର ଏକ ଅସ୍ତ୍ର ହେବେ । ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଦଳରେ ରହିଛନ୍ତି । ଅଲରାଉଣ୍ଡର ପାଣ୍ଡ୍ୟାଙ୍କ ବ୍ୟତୀତ ଶ୍ରେଷ୍ଠ ପେସ ବୋଲର ଚୟନ ନେଇ ଅସୁବିଧାରେ ପଡୁଛି । ଭାରତୀୟ ପୂର୍ବତନ କୋଚ ତଥା ଖେଳାଳି ଅଶୁଂମାନ ଗାଏକ୍ବାଡ କହିଛନ୍ତି, "ମୋ ମନରେ କୌଣସି ପ୍ରଶ୍ନ ନାହିଁ । ବୁମରା, ସିରାଜ ଓ ସାମି ବିଶ୍ବକପ ପାଇଁ ଭାରତୀୟ ଚୂଡାନ୍ତ ଏକାଦଶରେ ରହିବା ନିହାତି ଆବଶ୍ୟକ । ସେହିପରି ସାର୍ଦୁଳ ଠାକୁର ଖେଳିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ଯଦି 6 ଜଣ ବ୍ୟାଟର ଅବଶ୍ୟକତା ପୂରଣ କରିପାରୁ ନାହାନ୍ତି ତେବେ ସପ୍ତମ ବ୍ୟାଟର ତାହା କରିପାରିବେ ନାହିଁ ।"

ଏହା ବି ପଢନ୍ତୁ...India vs Australia: ଆଜି ଅନ୍ତିମ ଦିନିକିଆ, କ୍ଲିନ ସୁଇପ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ସେହିପରି ଚୂଡ଼ାନ୍ତ ଏକାଦଶରେ ରବିଚନ୍ଦ୍ରନ ଅଶ୍ବିନୀ ଅଥବା କୂଳଦୀପ ଯାଦବଙ୍କୁ ସାମିଲ କରିବା ନେଇ ସେ କହିଛନ୍ତି, "କିଏ ଖେଳିବେ ତାହା କହି ହେବ ନାହିଁ ଏହା ବିପକ୍ଷରେ କେତେଜଣ ବାମହାତୀ ବ୍ୟାଟର ଅଛନ୍ତି, ପିଚ୍‌ ଓ ପରିସ୍ଥିତି ଉପରେ ନିର୍ଭର କରେ । ଦଳ ପରିଚାଳନା ନେଇ ଟିମ୍‌ ମ୍ୟାନେଜମେଣ୍ଟକୁ ନିଷ୍ପତ୍ତି ନେବାକୁ ହେବ । ଚୂଡ଼ାନ୍ତ ଏକାଦଶରେ ଏକାଧିକ ଖେଳାଳିଙ୍କୁ ସୁଯୋଗ ଦେବାରେ ପ୍ରଶିକ୍ଷକ ଓ ଅଧିନାୟକ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଥାଏ ପ୍ରଶ୍ନରେ ଅଶୁଂମାନ କହିଛନ୍ତି, ଜଣେ କୋଚ ହିସାବରେ ମୁଁ ଏହାକୁ ଚ୍ୟାଲେଞ୍ଜ ଭାବରେ ନେବି ଜଣେ ପ୍ରଶିକ୍ଷକ ଭାବେ ମୁଁ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ ମୁଁ ଖୁସି ହୋଇଥାନ୍ତି ।''

ଏହା ବି ପଢନ୍ତୁ...Asia Cup 2023 Final: କଲମ୍ବୋରେ ସିରାଜଙ୍କ କମାଲ, ପ୍ରଥମ ଓଭରରେ 4ଟି ୱିକେଟ ନେବାରେ ପ୍ରଥମ ଭାରତୀୟ ବୋଲର

ପ୍ରକାଶ ଥାଉ କି, ପୂର୍ବତନ କୋଚ ତଥା କ୍ରିକେଟର 71 ବର୍ଷୀୟ ଅଶୁଂମାନ ଗାଏକ୍ବାଡ୍‌ ଭାରତ ପାଇଁ 40ଟି ଟେଷ୍ଟ୍‌ ମ୍ୟାଚ୍‌ ଖେଳିଛନ୍ତି । ଟେଷ୍ଟରେ ତାଙ୍କର 1985 ରନ କରିଛନ୍ତି । ତାଙ୍କ ଆଭରେଜ 30 ରହିଛି । ସେ 1974ରୁ 1984 ଯାଏ ଭାରତୀୟ ଦଳରେ ଥିଲେ । ଏହା ସହିତ ସେ 15ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି । ଆସନ୍ତା ଅକ୍ଚୋବର 5 ତାରିଖରୁ ନଭେମ୍ବର 19 ତାରିଖ ଯାଏଁ ଖେଳାଯିବ କ୍ରିକେଟ ବିଶ୍ବକପ । ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଭାରତ ଅକ୍ଟୋବର 8 ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହି ମ୍ୟାଚ୍‌ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ । ବିଶ୍ବକପ୍‌ ଉଦଘାଟନୀ ମ୍ୟାଚ୍‌ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।

ABOUT THE AUTHOR

...view details