ଓଡିଶା

odisha

ETV Bharat / sports

Andrew Symonds Death: ହରଭଜନଙ୍କ ଶୋକ, ମଙ୍କିଗେଟ ବିବାଦ ପାଇଁ ଦୁହେଁ ଥିଲେ ଚର୍ଚ୍ଚିତ - ହରଭଜନ ଆଣ୍ଡ୍ରୟୁଙ୍କ ମଙ୍କିଗେଟ ବିବାଦ

ସଡକ ଦୁର୍ଘଟଣାରେ ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ଆଣ୍ଡ୍ରୟୁ ସାଇମଣ୍ଡସଙ୍କ ପରଲୋକ ଖବର କ୍ରିକେଟ ଜଗତକୁ ଦୋହଲାଇ ଦେଇଛି । ଆଣ୍ଡ୍ରୟୁ ସାଇମଣ୍ଡସଙ୍କ ଆକସ୍ମିକ ନିଧନରେ ଶୋକବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟର ହରଭଜନ ସିଂ । ଅଧିକ ପଢନ୍ତୁ

ଆଣ୍ଡ୍ରିୟୁ ସାଇମଣ୍ଡ୍‌ସଙ୍କ ନିଧରେ ହରବଚନଙ୍କ ଶୋକ
ଆଣ୍ଡ୍ରିୟୁ ସାଇମଣ୍ଡ୍‌ସଙ୍କ ନିଧରେ ହରବଚନଙ୍କ ଶୋକ

By

Published : May 15, 2022, 6:35 PM IST

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କିମ୍ବଦନ୍ତୀ କ୍ରିକେଟର ଆଣ୍ଡ୍ରୟୁ ସାଇମଣ୍ଡସଙ୍କ ପରଲୋକ ଖବର କ୍ରିକେଟ ଜଗତକୁ ଦୋହଲାଇ ଦେଇଛି । ଆଣ୍ଡ୍ରୟୁ ସାଇମଣ୍ଡ୍‌ସଙ୍କ ଆକସ୍ମିକ ନିଧନରେ ଶୋକବ୍ୟକ୍ତ କରିଛନ୍ତି ଭାରତୀୟ କ୍ରିକେଟର ହରଭଜନ ସିଂ । ଆଣ୍ଡ୍ରୟୁ ସାଇମଣ୍ଡ୍‌ସଙ୍କ ପରିବାର ଏବଂ ବନ୍ଧୁଙ୍କୁ ସମବେଦନା ଜଣାଇଛନ୍ତି ହରଭଜନ ।

ଆଣ୍ଡ୍ରୟୁ ସାଇମଣ୍ଡ୍‌ସଙ୍କ କ୍ୟାରିୟରରେ ଅନେକ ବିବାଦ ରହିଥିଲା ଯାହା ଚର୍ଚ୍ଚାର ବିଷୟ ହୋଇଥିଲା । କାହା ସହିତ ଝଗଡା କରିବା ହେଉ କି ପଡିଆରେ କାହା ସହ କଥା କଟାକଟି ସବୁ ପାଇଁ ଚର୍ଚ୍ଚାରେ ଥିଲେ ଆଣ୍ଡ୍ରୟୁ । ଏମିତି ଏକ ବିବାଦ ଥିବା 'ମଙ୍କିଗେଟ' । ଏଥିରେ ହରଭଜନ ସିଂ ଓ ସାଇମଣ୍ଡସଙ୍କ ମଧ୍ୟରେ ବିବାଦ ହୋଇଥିଲା ।

ସିଡନୀ ଟେଷ୍ଟରେ ଆଣ୍ଡ୍ରୟୁ ସାଇମଣ୍ଡସ ଓ ହରଭଜନଙ୍କ ମଧ୍ୟରେ ହୋଇଥିବା ବିବାଦ....

2007-08ରେ ଭାରତୀୟ କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତରେ ଥିଲା । 4ଟି ଟେଷ୍ଟର ପ୍ରଥମ ମ୍ୟାଚକୁ ଅଷ୍ଟ୍ରେଲିଆ 337 ରନରେ ଜିତିଥିଲା । 2008 ଜାନୁଆରୀରେ ସିଡନୀରେ ଦ୍ବିତୀୟ ମ୍ୟାଚ ଖେଳା ଯାଇଥିଲା । ଏଥିରେ ସାଇମଣ୍ଡସ ବ୍ୟାଟିଂ କରୁଥିଲେ । ଏହି ସମୟରେ ହରଭଜନ ସିଂ ଓ ସାଇମଣ୍ଡସଙ୍କ ମଧ୍ୟରେ କଥା କଟାକଟି ହୋଇଥିଲେ ।

ପରେ ହରଭଜନ ତାଙ୍କୁ ମାଙ୍କଡ କହିଥିବା ଅଭିଯୋଗ କରିଥିଲେ ଆଣ୍ଡ୍ରୟୁ ସାଇମଣ୍ଡ୍‌ସ । ଏନେଇ ହରଭଜନଙ୍କୁ 3 ଟେଷ୍ଟ ମ୍ୟାଚରୁ ବାଦ୍ ଦିଆଯାଇଥିଲା । ବିବାଦକୁ ନେଇ ଭାରତୀୟ କ୍ରିକେଟ ଦଳ ଅଧାରୁ ଅଷ୍ଟ୍ରେଲିଆ ଗସ୍ତ ବନ୍ଦ କରିବା ଭଳି ସ୍ଥିତି ମଧ୍ୟ ଉପୁଜିଥିଲା । ଅଷ୍ଟ୍ରେଲିଆ ଗଣମାଧ୍ୟମ ଭଜିଙ୍କ ନାମରେ ମଧ୍ୟ କିଛି ଭୁଲ ତଥ୍ୟ ଆଧାରିତ ଖବର ଲେଖିଥିଲେ । ଏହାକୁ ନେଇ ବିସିସିଆଇ ଗସ୍ତକୁ ଅଧାରେ ରଖିବାକୁ କହିଥିଲା । ମାମଲା ସିଡନୀ କୋର୍ଟରେ ପହଞ୍ଚିଥିଲା । ପ୍ରମାଣ ଅଭାବରୁ ଘଟଣାର ସତ୍ୟତା ଜଣାପଡି ନଥିଲା । ଏହାପରେ ହରଭଜନଙ୍କ ଉପରୁ 3 ଟେଷ୍ଟ ମ୍ୟାଚର ପ୍ରତିବନ୍ଧକ ହଟାଇଯାଇଥିଲା । ଏହି ଘଟଣା ଆଜି ବି ମଙ୍କିଗେଟ ମାମଲା ନେଇ ଚର୍ଚ୍ଚାହୁଏ ।

ସଚ୍ଚିନ ତାଙ୍କ ଆତ୍ମକଥାରେ ଘଟଣା ବିଷୟରେ କହିଛନ୍ତି....

ସଚ୍ଚିନ ତେନ୍ଦୁଲକର ତାଙ୍କ ଆତ୍ମକଥାରେ ଲେଖିଛନ୍ତି, ସେ ଓ ହରଭଜନ ବ୍ୟାଟିଂ କରୁଥିଲେ । ଏହି ସମୟରେ ମାମଲା ଆରମ୍ଭ ହୋଇଥିଲା । ହରଭଜନ ଅର୍ଦ୍ଧଶତକ ପୂରଣ କରିବା ପରେ ତାଙ୍କୁ ଉସକାଇବାକୁ ଆରମ୍ଭ କରିଥିଲେ ସାଇମଣ୍ଡସ । ଏନେଇ ସଚ୍ଚିନଙ୍କୁ ହରଭଜନ ଅନେକ ଥର କହିଥିଲେ । ତେନ୍ଦୁଲକର ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ସଚ୍ଚିନ ଜାଣିଥିଲେ ହରଭଜନ ନିୟନ୍ତ୍ରଣ ହରାନ୍ତି ତେବେ ଅଷ୍ଟ୍ରେଲିଆ ତା ଯୋଜନାରେ ସଫଳ ହୋଇଯିବ । କାରଣ କଙ୍ଗାରୁ ଦଳ ଏ ଯୋଡିକୁ ଭାଙ୍ଗିବାକୁ ଚାହୁଁଥିଲା ।

ଏହା ପରେ ମାମଲା ଉଷ୍ମ ହେବାକୁ ଲାଗିଲା । ସାଇମଣ୍ଡସ ହରଭଜନଙ୍କୁ ଗାଳି ଦେବା ଆରମ୍ଭ କରିଥିଲେ । ହରଭଜନ ସିଂ ମଧ୍ୟ ଏହାକୁ ସହି ପାରିନଥିଲେ, ପରେ ବିବାଦ ବଢିବାକୁ ଲାଗିଥିଲା ।

ଅଷ୍ଟ୍ରେଲିଆକୁ ଅପରାଜୟ କରିବାରେ ଆଣ୍ଡ୍ରୟୁ ସାଇମଣ୍ଡ୍‌ସଙ୍କ ଭୂମିକା ଥିଲା ଅବିସ୍ମରଣୀୟ । ସେ କ୍ରିଜରେ ଥିବାବେଳେ ତାଙ୍କୁ ଶୀଘ୍ର ଆଉଟ କରିବା ପାଇଁ ଭିନ୍ନ ଭିନ୍ନ ଆପଣାନ୍ତି ବିପକ୍ଷ ଦଳ । ଜୀବନ ମ୍ୟାଚରେ ଏତେ କମ୍ ସମୟରେ ହାରିଯିବେ ବୋଲି କେହି କେବେ କଳ୍ପନା କରିନଥିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details