ନୂଆଦିଲ୍ଲୀ: ଏସିଆ କପ୍ ୨୦୨୩ ଆରମ୍ଭ ହେବାକୁ ଆଉ ଖୁବ କମ ଦିନ ରହିଛି । ଆସନ୍ତା ଅଗଷ୍ଟ ୩୦ ଆରମ୍ଭ ହେବ ଏସୀୟ କ୍ରିକେଟ୍ର ଏହି ମହାକୁମ୍ଭ । ଚଳିତ ବର୍ଷ ଏସିଆ କପ୍ ପାକିସ୍ତାନ ଓ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେଉଥିବା ବେଳେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ମୁଲତାନରେ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ୧୭ ସେପ୍ଟେମ୍ବରରେ ଖେଳାଯିବ । ତେବେ ଏଥିରେ ସମୁଦାୟ ୬ଟି ଦଳ ଭାଗ ନେବେ । ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବ୍ୟତୀତ ଭାରତ, ପାକିସ୍ତାନ, ବାଂଲାଦେଶ, ନେପାଳ ଏବଂ ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନିଜ ଦଳ ଘୋଷଣା କରିସାରିଛନ୍ତି । ସେପଟେ ଶ୍ରୀଲଙ୍କା ଯଦିଓ ଦଳ ଚୟନ କରିସାରିଛି, ତେବେ ଦେଶର କ୍ରୀଡ଼ା ମନ୍ତ୍ରଣାଳୟର ଅନୁମତି ଅପେକ୍ଷାରେ ରହିଛି ।
ଏସିଆ କପ୍ ୨୦୨୩ ପାଇଁ ବିଭିନ୍ନ ଦଳର ସ୍କ୍ବାଡ୍:-
ଭାରତ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, କେଏଲ୍ ରାହୁଲ, ଇଶାନ କିଶାନ, ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।
ପାକିସ୍ତାନ: ଅବଦୁଲ୍ଲା ଶାଫିକ୍, ଫଖର ଜମାନ, ଇମାମ-ଉଲ-ହକ୍, ବାବର ଆଜମ (ଅଧିନାୟକ), ସଲ୍ମାନ ଅଲ୍ଲି ଆଗା, ଇଫ୍ତିଖାର ଅହମ୍ମଦ, ତୈୟବ ତାହିର, ସାଉଦ ଶକିଲ, ମହମ୍ମଦ ରିଜୱାନ, ମହମ୍ମଦ ହରିଶ, ଶାଦବ ଖାନ, ମହମ୍ମଦ ନୱାଜ, ଉସାମା ମୀର, ଫହିମ ଆଶ୍ରଫ, ହାରିଶ ରୌଫ, ମହମ୍ମଦ ୱାସିମ, ନାସିମ ଶାହା, ଶାହୀନ ଶାହ ଆଫ୍ରିଦି