ମୁମ୍ବାଇ:ସୟଦ ମୁସ୍ତାକ ଅଲୀ ଟି-୨୦ ଟ୍ରଫିରେ ମୁମ୍ବାଇ ଟିମର ନେତୃତ୍ବ ନେବେ ଟିମ ଇଣ୍ଡିଆର ଟେଷ୍ଟ ଭାଇସ-କ୍ୟାପଟେନ ଆଜିଙ୍କ୍ୟ ରାହାଣେ । ସୋମବାର ସଲିଲ ଅଙ୍କୋଲାଙ୍କ ନେତୃତ୍ବରେ ଚୟନକର୍ତ୍ତା କମିଟି ୨୦ ଜଣିଆ ମୁମ୍ବାଇ ସ୍କ୍ବାଡ ଘୋଷଣା କରିଛନ୍ତି । ରାହାଣେଙ୍କୁ ଟିମର ନେତୃତ୍ବ ଭାର ମିଳିଛି । ନଭେମ୍ବର ୪ରୁ ଏହି ସମ୍ମାନ ଜନକ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଗତ ଘରୋଇ ସିଜିନରେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ଟିମର ନେତୃତ୍ବ ନେଇଥିବା ପୃଥ୍ବୀ ଶ'ଙ୍କୁ ରାହାଣେଙ୍କୁ ଡେପୁଟି ଭାବେ ଚୟନ କରାଯାଇଛି ।
ଏଲିଟ୍ ଗ୍ରୁପ୍ ବି' ରେ ଥିବା ମୁମ୍ବାଇ, କର୍ଣ୍ଣାଟକ, ସର୍ଭିସେସ୍, ବେଙ୍ଗଲ, ଛତିଶଗଡ ଓ ବରୋଦା ସହ ନଭେମ୍ବର ୪ରୁ ଗୌଗାଟୀରେ ଖେଳିବ ।