ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ୍ରେ ତାଲିବାନ ପତାକା ବ୍ୟବହାର କରି ପାରିବ ନାହିଁ ଆଫଗାନିସ୍ତାନ ଦଳ । ଏଭଳି କଲେ ଟୁର୍ଣ୍ଣାମେଣ୍ଟରୁ ଆଫଗାନିସ୍ତାନକୁ ବ୍ୟାନ୍ କରିପାରେ ଆଇସିସି । ଗତ ଅଗଷ୍ଟ ମାସରେ ଆଫଗାନିସ୍ତାନକୁ ତାଲିବାନ କବଜା କରିଛି । ଏହାପରେ ଆଫଗାନିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ତାଲିବାନ ଅକ୍ତିଆରରେ ରହିଛି । ଆଫଗାନିସ୍ତାନ କ୍ରିକେଟ ବୋର୍ଡ ତାଲିବାନ ଅକ୍ତିଆରକୁ ଯିବାପରେ ବିଶୃଙ୍ଖଳା ଦେଖା ଦେଇଛି ।
ଆଫଗାନିସ୍ତାନ କ୍ରିକେଟ ଦଳକୁ ସମସ୍ତ ସ୍ଥାନରେ ଖେଳିବାକୁ ଅନୁମତି ଦେଇଛି ଆତଙ୍କବାଦୀ ସଂଗଠନ ତାଲିବାନ । ତେବେ ଦଳ କେଉଁ ପରିଚୟ ନେଇ ପଡ଼ିଆକୁ ଓହ୍ଲାଇବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଟି-୨୦ ବିଶ୍ବକପ୍କୁ ଆଉ ମାତ୍ର ହାତରେ ଏକ ମାସ ସମୟ ରହିଲା । ଏହି ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ କେଉଁ ପତାକା ବ୍ୟବହାର କରିବ ତାହାରି ଉପରେ ରହିଛି ସଭିଁଙ୍କ ନଜର । ଏହି ଟୁର୍ଣ୍ଣାମେଣ୍ଟରେ ଦଳ ଆଫଗାନିସ୍ତାନ ପତାକାକୁ ସମ୍ମାନ ଦେବ ନା ତାଲିବାନ ପତାକାକୁ ସମ୍ମାନ ତାହାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।