ଦୁବାଇ:ଚଳିତ ୧୯ ବର୍ଷରୁ କମ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ମୁକାବିଲା ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଭାରତୀୟ କ୍ୟାପଟେନ ୟଶ ଦୁଲ୍ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC) ଏକାଡେମୀ ଗ୍ରାଉଣ୍ଡ ନମ୍ବର ୨ ଦୁବାଇରେ ଏହି ମ୍ୟାଚ୍ ଖେଳାଯାଉଛି ।
ଭାରତୀୟ ଟିମ ଖେଳିଥିବା ପୂର୍ବ ମ୍ୟାଚ୍ରେ ପାକିସ୍ତାନ ଠାରୁ ଶେଷ ବଲ୍ରେ ପରାସ୍ତ ହୋଇଥିଲା । ଫଳରେ ଆଜିର ମ୍ୟାଚ୍ରେ ନିଶ୍ଚିତ ବିଜୟ ଲକ୍ଷ୍ୟରେ ରହିଛି ମେନ୍ ଇନ୍ ବ୍ଲୁ ।
ଚୂଡାନ୍ତ ଏକାଦଶ:
ଭାରତ:ହରନୁର ସିଂହ, ଅଙ୍ଗକ୍ରୀଷ ରଘୁବଂଶୀ, ସାଇକ ରସିଦ, ୟସ ଦୁଲ୍(କ୍ୟାପଟେନ୍), ନିଶାନ୍ତ ସିନ୍ଧୁ, ରାଜ ବାୱା, ଆରାଧ୍ୟ ଯାଦବ(ୱିକେଟ କିପର), କୁଶାଲ ତାମ୍ବେ, ରାଜବର୍ଦ୍ଧନ ହଙ୍ଗରଗେକର, ଭିକି ଓସ୍ତୱାଲ, ରବି କୁମାର ।