ଅହମ୍ମଦାବାଦ: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୱିକେଟ କିପର ବ୍ୟାଟ୍ସମ୍ୟାନ ଏବି ଡି ଭିଲିୟର୍ସ, ଆଇପିଏଲ ଇତିହାସରେ ଦ୍ବିତୀୟ ବିଦେଶୀ ଖେଳାଳି ଭାବେ 5,000 ରନ୍ ପୂରଣ କରିଛନ୍ତି ।
ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ମଙ୍ଗଳବାର ଏହି ମାଇଲଷ୍ଟୋନ ହାସଲ କରିଛନ୍ତି ଡିଭିଲିୟର୍ସ ।
ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ ଡେଭିଡ ୱାର୍ଣ୍ଣର ପ୍ରଥମ ଖେଳାଳି ଭାବେ 5,000 ଆଇପିଏଲ ରନ୍ ପୂରଣ କରିଥିଲେ ।
ଆରସିବି କ୍ୟାପଟେନ ବିରାଟ କୋହଲି 6041 ରନ୍ ସହ ଆଇପିଏଲରେ ସର୍ବାଧିକ ରନସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ରହିଛନ୍ତି । ପରେ 5472 ରନ୍ ସହ ଦ୍ବିତୀୟ ସ୍ଥାନରେ ଚେନ୍ନାଇ ସୁପର କିଙ୍ଗ୍ସର ସୁରେଶ ରାଇନା ରହିଛନ୍ତି ।
ଶିଖର ଧାୱନ ଓ ରୋହିତ ଶର୍ମା ଅନ୍ୟ ଦୁଇ ଭାରତୀୟ ଖେଳାଳି ଭାବେ 5,000ରୁ ଅଧିକ ଆଇପିଏଲ ରନ୍ କରିଛନ୍ତି ।
ଡିଭିଲିୟର୍ସଙ୍କ ଅପରାଜିତ 42 ବଲ୍ରୁ 75 ରନ୍ ବଳରେ ଆରସିବି, ନିର୍ଦ୍ଧାରିତ 20 ଓଭରରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ 171/7 ରନ୍ ସଂଗ୍ରହ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ