ଓଡିଶା

odisha

ETV Bharat / sports

କ୍ରିକେଟରୁ ଅବସର ନେଲେ AB de Villiers

ସବୁ ଫର୍ମାଟ କ୍ରିକେଟକୁ ଅଲବିଦା କହିଛନ୍ତି ଦକ୍ଷିଣ ଆଫ୍ରିକା ଷ୍ଟାର କ୍ରିକେଟର ଏବି ଡିଭିଲୟର୍ସ । ୨୦୨୨ ଠାରୁ ଏବି ଡିଭିଲିୟର୍ସଙ୍କୁ ଆଉ ଆଇପିଏଲରେ ଦେଖିବାକୁ ପାଇବେନି ଫ୍ୟାନ୍ସ । ଅଧିକ ପଢନ୍ତୁ

AB de Villiers announces retirement from all cricket
କ୍ରିକେଟରୁ ଏବି ଡିଭିଲୟର୍ସଙ୍କ ଅବସର

By

Published : Nov 19, 2021, 2:07 PM IST

Updated : Nov 19, 2021, 3:12 PM IST

ନୂଆଦିଲ୍ଲୀ:କ୍ରିକେଟକୁ ଅଲବିଦା କହିଲେ ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ ତଥା IPL ଟିମ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB)ର ଷ୍ଟାର ବ୍ୟାଟର ଏବି ଡିଭିଲୟର୍ସ (AB de Villiers) । କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି ଡିଭିଲିୟର୍ସ । ବିଶ୍ବ କ୍ରିକେଟର ଏହି ଅନ୍ୟତମ ଶ୍ରେଷ୍ଠ ଖେଳାଳି ଜଣଙ୍କ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ କହିସାରିଥିଲେ । ଏବେ ଆଇପିଏଲ ସମେତ ଅନ୍ୟ ସମସ୍ତ ପ୍ରକାର ଫ୍ରାଞ୍ଜାଇଜ କ୍ରିକେଟରେ ମଧ୍ୟ ନଜର ଆସିବେନି MR.360 ।

କ୍ରିକେଟ ମଇଦାନରେ ମ୍ୟାଚ୍‌ ଖେଳୁଥିବାର ଆଉ ନଜର ଆସିବେନି ABD । ପଡିଆକୁ ଆସିଲା ମାତ୍ରେ ଫ୍ୟାନ୍ସ ତାଙ୍କ ବ୍ୟାଟରୁ ରନ ବର୍ଷା ଆଶା କରିଥାନ୍ତି । ନିଜର ଆକ୍ରମଣାତ୍ମକ, ଅବିଶ୍ବସନୀୟ ଓ ଚମତ୍କାର ବ୍ୟାଟିଂ ଶୈଳୀ ତାଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ବିସ୍ଫୋରକ ବ୍ୟାଟର ଭାବେ ପରିଚିତ କରାଇଛି । ଦୀର୍ଘ ୧୭ ବର୍ଷ ହେବ ସେ କ୍ରିକେଟ ଖେଳି ଆସୁଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ସୀମିତ ଓଭର ଫର୍ମାଟରେ ଶେଷ ମ୍ୟାଚ୍‌ ବର୍ଷ ୨୦୧୮ ଫେବ୍ରୁଆରୀ ୧୬ରେ ଭାରତ ବିପକ୍ଷରେ ଖେଳିଥିଲେ । ଏପ୍ରିଲ ୨୦୧୮ରେ ଜୋହାନ୍ସବର୍ଗରେ ଅଷ୍ଟ୍ରେଲିଆ ବିପକ୍ଷରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଶେଷଥର ପ୍ରତିନିଧିତ୍ବ କରିଥିଲେ ଡିଭିଲିୟର୍ସ ।

ନୀଜର ଦୀର୍ଘ ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟରରେ ସେ ୧୧୪ଟି ଟେଷ୍ଟ, ୨୨୮ଟି ଦିନିକିଆ ଓ ୭୮ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ ଖେଳିଛନ୍ତି । ଇଣ୍ଡିଆନ ପ୍ରିମିୟର ଲିଗ (IPL) ଫ୍ରାଞ୍ଚାଇଜ ରୟାସ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ର ଜଣେ ପ୍ରମୁଖ ସଦସ୍ୟ ରହିଥିଲେ । RCB ପକ୍ଷରୁ ସେ ୧୮୪ଟି IPL ମ୍ୟାଚ୍‌ରେ ନଜର ଆସିଛନ୍ତି । ବିଶ୍ବର ବିଭିନ୍ନ ଟି-୨୦ ଲିଗ୍‌ରେ ୩୪୦ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି ପୂର୍ବତନ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍‌ର ।

ଟ୍ବିଟ ଯୋଗେଁ ନିଜର ଅବସର କାଳୀନ ବାର୍ତ୍ତାରେ ଡିଭିଲିୟର୍ସ କହିଛନ୍ତି, "କ୍ରିକେଟ ଏହି ଯାତ୍ରା ଏକ ଅଭୂତପୂର୍ବ ଯାତ୍ରା ଥିଲା । ମୁଁ ସବୁ ପ୍ରକାରର କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇଛି। ଏହି ଦୀର୍ଘ ଦିନର ଯାତ୍ରା ମଧ୍ୟରେ ମୋ ସହ ରହିଥିବା ସବୁ ଖେଳାଳି, ସଦସ୍ୟ ଓ କୋଚ୍‌ମାନଙ୍କୁ ଧନ୍ୟବାଦ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 19, 2021, 3:12 PM IST

ABOUT THE AUTHOR

...view details