ନୂଆଦିଲ୍ଲୀ:8 ବର୍ଷ ପୂର୍ବେ ଆଜିର ଦିନରେ ଭାରତ ରଚିଥିଲା ଇତିହାସ । 2013 ମସିହା ଜୁନ 23 ତାରିଖରେ ଇଂଲଣ୍ଡକୁ ମାତ ଦେଇ ଚମ୍ପିଆନ୍ସ ଟ୍ରଫି ବିଜୟୀ ହୋଇଥିଲା ଭାରତ । ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ 50 ଓଭର ପରିବର୍ତ୍ତେ 20 ଓଭର ଖେଳ ହୋଇଥିଲା । ରୋମାଞ୍ଚକର ସ୍ଥିତିରେ ମ୍ୟାଚ ବିଜୟୀ ହୋଇଥିଲା ଭାରତ ।
ମ୍ୟାଚରେ ପ୍ରଥମେ ଟସ ଜିତି ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଥିଲେ ଇଂଲଣ୍ଡ ଅଧିନାୟକ ଆଲିଷ୍ଟର କୁକ । ଭାରତକୁ ଏକ ଭଲ ଆରମ୍ଭ ଦେଇ ପାରିନଥିଲେ ଓପନର । ରୋହିତ ଶର୍ମା କେବଳ 9 ରନ କରି ପାଭେଲିୟନ ଫେରିଥିଲେ । ରୋହିତ ଶର୍ମାଙ୍କ ପରେ ବିରାଟ କୋହଲି ଓ ଶିଖର ଧୱନ ଦ୍ୱିତୀୟ ୱିକେଟ ପାଇଁ 31 ରନ ଯୋଡ଼ି ଥିଲେ ।
ତେବେ ରବି ବୋପାରାଙ୍କ ବଲରେ ଶିଖର ଧୱନ ଆଉଟ ହୋଇଥିଲେ । ଏହାପରେ ସୁରେଶ ରାଇନା ଓ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ମଧ୍ୟ ବୋପାରାଙ୍କ ଶିକାର ହୋଇ ପାଭେଲିୟନ ଫେରିଥିଲେ । ଭାରତ ପକ୍ଷରୁ ବିରାଟ କୋହଲି ସର୍ବାଧିକ 43 ରନ କରିଥିଲେ । ରବିନ୍ଦ୍ର ଜାଡେଜା ମଧ୍ୟ ଗୁରୁତ୍ୱପୂର୍ଣ୍ଣ 33 ରନ ଯୋଡ଼ି ଥିଲେ ।