ଲଣ୍ଡନ:ଦେଶ ପାଳୁଛି 75ତମ ସ୍ବାଧୀନତା ଦିବସ । ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ଖେଳାଳିମାନେ କୋଚ୍ ରବି ଶାସ୍ତ୍ରୀଙ୍କ ସହିତ ଚତୁର୍ଥ ଦିନ ଖେଳ ଆରମ୍ଭ ପୂର୍ବରୁ ପତାକା ଉତ୍ତୋଳନ କରିଛନ୍ତି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(BCCI)ର ନିଜର ଅଫିସିଆଲ ଟ୍ବିଟର ପେଜ୍ରେ ଏହି ସମୟର ଏକ ଭିଡିଓ ସେୟାର କରିଛି । ଜାତୀୟ ସଙ୍ଗୀନ ଗାନ କରିବା ସହ ବିରାଟ କୋହଲି ଓ ଟିମ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ପାଳନ କରିଛନ୍ତି ।
ମହମ୍ମଦ ସିରାଜଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ଲର୍ଡ୍ସ ଟେଷ୍ଟରେ ଇଂଲଣ୍ଡକୁ ପ୍ରଥମ ଇଂନିସରେ 391 ରନ୍ରେ ରୋକିଛି । ଇଂଲିସ କ୍ୟାପଟେନ ଜୋ ରୁଟ୍ ଅପରାଜିତ 180 ରନର ମାରାଥନ ଇଂନିସ ଖେଳିଥିଲେ । ଶେଷ ୱିକେଟ ଭାବେ ତୃତୀୟ ଦିନର ଶେଷ ବଲ୍ରେ ଆଣ୍ଡରସନ ଆଉଟ ହୋଇଥିଲେ । ତେବେ ଇଂଲଣ୍ଡ 27 ରନ୍ର ପ୍ରଥମ ଇଂନିସ ଅଗ୍ରଣୀ ଲାଭ କରିଛି । ଫଳରେ ଦ୍ବିତୀୟ ଇଂନିସରେ ଭ୍ରମଣକାରୀ ଦଳ ଯେତେ ସମ୍ଭବ ଅଧିକ ରନ ସଂଗ୍ରହ କରିବା ଲକ୍ଷ୍ୟରେ ରହିଛି ।