ଓଡିଶା

odisha

ETV Bharat / sports

ଆଣ୍ଠୁରେ ଯନ୍ତ୍ରଣା: ୪୦ ଟଙ୍କାରେ ଚିକିତ୍ସିତ ହେଉଛନ୍ତି ଧୋନି - ଆଣ୍ଠୁ ଯନ୍ତ୍ରଣା ଦେଇ ଗତି କରୁଛନ୍ତି ଧୋନି

କ୍ୟାପଟେନ କୁଲ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁରେ ଯନ୍ତ୍ରଣା । ଧୋନି ଏହା ପାଇଁ ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି । ସେ ତାଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ୪୦ ଟଙ୍କାରେ ଚିକିତ୍ସିତ ହେଉଛନ୍ତି । ଅଧିକ ପଢନ୍ତୁ

ଆଣ୍ଠୁରେ ଯନ୍ତ୍ରଣା: ୪୦ ଟଙ୍କାରେ ଚିକିତ୍ସିତ ହେଉଛନ୍ତି ଧୋନି
ଆଣ୍ଠୁରେ ଯନ୍ତ୍ରଣା: ୪୦ ଟଙ୍କାରେ ଚିକିତ୍ସିତ ହେଉଛନ୍ତି ଧୋନି

By

Published : Jul 2, 2022, 9:00 PM IST

ହାଇଦ୍ରାବାଦ:କ୍ୟାପଟେନ କୁଲ ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆଣ୍ଠୁରେ ଯନ୍ତ୍ରଣା । ତାଙ୍କ ଶରୀରରେ କ୍ୟାଲସିୟମ କମ ହେବାରୁ ସେ ପ୍ରାୟ ମାସେ ପାଖାପାଖି ହେବ ଏହି ଯନ୍ତ୍ରଣା ଦେଇ ଗତି କରୁଛନ୍ତି । ଧୋନି ଏହା ପାଇଁ ଆୟୁର୍ବେଦିକ ଚିକିତ୍ସା କରାଉଛନ୍ତି । ସେ ତାଙ୍କ ଆଣ୍ଠୁ ଯନ୍ତ୍ରଣା ପାଇଁ ୪୦ ଟଙ୍କାରେ ଚିକିତ୍ସିତ ହେଉଛନ୍ତି ।

ରାଞ୍ଚି ଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ଲାପୁଙ୍ଗ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ରହୁଥିବା ବନ୍ଦନ ସିଂହ ଖେରବାର ନାମକ ଆୟୁର୍ବେଦିକ ଚିକିତ୍ସକ କ୍ୟାପଟେନ କୁଲଙ୍କର ଚିକିତ୍ସା କରୁଛନ୍ତି । ଏବାବଦରେ ବନ୍ଦନ ସିଂହ ଖେରବାର କହିଛନ୍ତି ଧୋନିଙ୍କ ଚିକିତ୍ସା ପାଇଁ ପରାମର୍ଶ ଶୁଳ୍କ ବାବଦରେ ୨୦ ଟଙ୍କା ନେଉଛନ୍ତି ଏବଂ ୱୌଷଧ ବାବଦରେ ୨୦ ଟଙ୍କା ନେଉଛନ୍ତି । ଧୋନି ଚାରି ପାଞ୍ଚ ଦିନକୁ ଥରେ ତାଙ୍କ ପାଖକୁ ନିଜର ଆଣ୍ଠୁର ଆୟୁର୍ବେଦିକ ଚିକିତ୍ସା ପାଇଁ ଆସନ୍ତି । ପ୍ରାୟ ମାସେ ପାଖା ପାଖି ହେବ ଧୋନି ତାଙ୍କ ପାଖରେ ଚିକିତ୍ସିତ ହେଉଛନ୍ତି । ଏହା ସହିତ ବନ୍ଦନ ସିଂହ ଖେରବାର ଆହୁରି ମଧ୍ୟ କହିଛନ୍ତି ଯେତେବେଳେ କ୍ୟାପଟେନ କୁଲ ତାଙ୍କ ପାଖକୁ ଆସିଥିଲେ ସେ ତାଙ୍କୁ ଚିହ୍ନି ପାରି ନଥିଲେ । ତାଙ୍କ ସହିତ ଆସିଥିବା ସହଯୋଗୀ ବନ୍ଦନ ସିଂହଙ୍କୁ କହିଥିଲେ କି ଧୋନି ଏଠାରେ ନିଜର ଆଣ୍ଠୁ ଯନ୍ତ୍ରଣା ପାଇଁ ଚିକିତ୍ସିତ ହେବାକୁ ଆସିଛନ୍ତି ।

ଏହା ସହିତ ଧୋନିଙ୍କ ବାପା ମାଙ୍କର ମଧ୍ୟ ଆୟୁର୍ବେଦିକ ଚିକିତ୍ସକ ବନ୍ଦନ ସିଂହ ଖେରବାର ଚିକିତ୍ସା କରିଥିଲେ । ତିନି ମାସ ହେବ ସେମାନେ ମଧ୍ୟ ତାଙ୍କ ପାଖରୁ ଔଷଧ ନେଉଛନ୍ତି ।

ABOUT THE AUTHOR

...view details