ହାଇଦ୍ରାବାଦ: ବାଂଲାଦେଶ ଓ ଭାରତ ମଧ୍ୟରେ ଦିନିକିଆ ସିରିଜର ଆଜି ଅନ୍ତିମ ମ୍ୟାଚ । ପ୍ରଥମ ଦୁଇଟି ମ୍ୟାଚ ଜିତି ଆଗୁଆ ସିରିଜ ହାତେଇଛି ବାଂଲାଦେଶ । ୨-୦ରେ ଆଗୁଆ ରହିଥିଲେ ମଧ୍ୟ ସିରିଜ ମୂଳପୋଛ କରିବାକୁ ଦଳ ପ୍ରୟାସ କରିବ । ପ୍ରଥମ ଓ ଦ୍ବିତୀୟ ମ୍ୟାଚରେ ପରାଜୟ ହୋଇଥିବାରୁ ଆଜି ଶେଷ ମ୍ୟାଚରେ ବିଜୟୀ ହେବା ପାଇଁ କସରତ କରିବ ଭାରତ । ଆହତ କାରଣରୁ ଅଧିନାୟକ ରୋହିତ ଶର୍ମା, ଦ୍ରୁତ ବୋଲର ଦୀପକ ଚହର ଓ କୁଲଦୀପ ସେନ ଆଜିର ମ୍ୟାଚରୁ ବାଦ ପଡିଥିବା ବେଳେ ଯୁବ ଖେଳାଳିଙ୍କୁ ନେଇ କେଏଲ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ । କୂଲଦୀପ ଯାଦବଙ୍କୁ ଆଜିର ମ୍ୟାଚ ପାଇଁ ସାମିଲ କରିଛି ବୋର୍ଡ ଚୟନ କମିଟି । ଶେଷ ମ୍ୟାଚରେ ବିଜୟୀ ହେବାକୁ ହେଲେ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଭାରତକୁ ସୁଧାର ଆଣିବାକୁ ପଡିବ ।
IND vs BAN 3rd ODI: ସିରିଜ ମୂଳପୋଛ ଲକ୍ଷ୍ୟରେ ବାଂଲାଦେଶ, କସରତ କରିବ ଭାରତ - ବାଂଲାଦେଶ ଓ ଭାରତ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ
ବାଂଲାଦେଶ ଓ ଭାରତ ମଧ୍ୟରେ ଆଜି ତୃତୀୟ ଦିନିକିଆ ମ୍ୟାଚ । ସିରିଜ ମୂଳପୋଛ ଲକ୍ଷ୍ୟରେ ବାଂଲାଦେଶ । ଶେଷ ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟ ରଖି କେଏଲ ରାହୁଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଭାରତ । ଅଧିକ ପଢନ୍ତୁ
ପ୍ରଥମ ଦିନିକିଆରେ ଲୋକେଶ ରାହୁଲଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟରଙ୍କର ପ୍ରଦର୍ଶନ ଆଖିଦୃଶିଆ ରହିନଥିଲା । ଭାରତୀୟ ବ୍ୟାଟରଙ୍କ ମୁଖ୍ୟ ସମସ୍ୟା ଏହା ରହିଥିଲା କି ଖେଳ ଆରମ୍ଭରୁ ବହୁତ ଡଟ୍ ବଲ ଖେଳିଥିଲେ । ମେନ୍ ଇନ୍ ବ୍ଲୁ ସମ୍ପୂର୍ଣ୍ଣ ୫୦ ଓଭର ଖେଳିବାକୁ ସକ୍ଷମ ହୋଇପାରିନଥିଲା । କେଏଲ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ୧୮୬ ରନ୍ କରି ଅଲଆଉଟ ହୋଇଥିଲେ । ଫଳରେ ପ୍ରଥମ ଦିନିକିଆ ହାତେଇଥିଲା ବାଂଲାଦେଶ ।
ସେହିପରି ଦ୍ବିତୀୟ ଦିନିକିଆରେ ୨୭୨ ରନର ଟାର୍ଗେଟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କିନ୍ତୁ ୫ ରନରେ ଭାରତ ବାଂଲାଦେଶ ଠାରୁ ପରାସ୍ତ ହୋଇଥିଲା । ଫଳରେ ସିରିଜ ଜିତିଥିବା ବାଂଲାଦେଶ । ସେହିପରି ଆଜି ବାଂଲାଦେଶର ମେଦହି ହାସାନ ମିରାଜଙ୍କ ଉପରେ ନଜର ରହିବ କାହିଁକିନା ସେ ଉଭୟ ମ୍ୟାଚରେ ଦଳକୁ ବିଜୟୀ କରାଇଥିଲେ । ଆଜି ତୃତୀୟ ଦିନିକିଆ ଚଟ୍ଟଗାଓଁରେ ଖେଳାଯିବ ।