ଜୋହାନ୍ସବର୍ଗ:ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ୨୦୨ ରନ୍ରେ ଭାରତର ପ୍ରଥମ ଇଂନିସ ଶେଷ । କାମଚଳା ଟେଷ୍ଟ କ୍ୟାପଟେନ କେଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ବିନଙ୍କ ଲଢୁଆ ଇଂନିସ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ଖେଳାଳି ସଫଳ ହୋଇନାହାନ୍ତି ।
ଦୁଇ ସିନିୟର ଖେଳାଳି ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ପୁଣିଥରେ ନିରାଶ କରିଛନ୍ତି । ପୂଜାରା ୩ ଓ ରାହାଣେ ଖାତା ଖୋଲିବା ପୂର୍ବରୁ ନିଜର ୱିକେଟ ହରାଇଥିଲେ । କ୍ୟାପଟେନ ବିରାଟ କୋହଲିଙ୍କ ସ୍ଥାନରେ ଖେଳୁଥିବା ହନୁମା ବିହାରୀ ମାତ୍ର ୨୦ ରନ୍ର ଯୋଗଦାନ କରିଛନ୍ତି । ଶେଷ ଭାଗରେ ଭାଇସ-କ୍ୟାପଟେନ ଜଶପ୍ରୀତ ବୁମରା ୧୪ ରନ୍ର ଉପଯୋଗୀ ସହ ଦଳୀୟ ସ୍କୋରକୁ ୨୦୦ ପାର୍ କରାଇଥିଲେ ।