ଲଣ୍ଡନ: ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତୀୟ କ୍ରିକେଟ ଟିମ ମଙ୍ଗଳବାର ପ୍ରଥମ ଅଭ୍ୟାସ ସେସନ ଆରମ୍ଭ କରିଛି । ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ଐତିହାସିକ ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ । ଫିଲ୍ଡିଂ କୋଚ୍ ଆର ଶ୍ରୀଧର ଖେଳାଳିଙ୍କୁ ଫିଲ୍ଡିଂ ଉପରେ ଅଧିକ ଧ୍ୟାନ ଦେବାକୁ ପ୍ରୟାସ କରୁଥିବା ଦେଖାଯାଇଛି ।
ରିଦ୍ଧିମାନ ଶାହା, ହନୁମା ବିହାରୀ, ଏମ ପ୍ରସିଦ୍ଧ କ୍ରୀଷ୍ଣା ଓ ଋଷଭ ପନ୍ତ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି । ନଟିଂହାମରୁ ଭାରତୀୟ ଟିମ ସୋମବାର ଲର୍ଡ୍ସ ପହଞ୍ଚିଥିଲା ।