ଲଣ୍ଡନ:ଲର୍ଡ୍ସ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଇଂଲିସ ଫ୍ୟାନ୍ସଙ୍କ ଔଦ୍ଧତ୍ୟ ଆଚରଣ ଦେଖିବାକୁ ମିଳିଛି । ଶତକୀୟ ଇଂନିସ ଖେଳିଥିବା ଭାରତୀୟ ଓପନର କେଏଲ ରାହୁଲ ଇଂଲିସ ଫ୍ୟାନ୍ସଙ୍କ ରୋଷର ଶିକାର ହୋଇଛନ୍ତି । ବାଉଣ୍ଡ୍ରୀ ନିକଟରେ ଫିଲ୍ଡିଂ କରୁଥିବା ସମୟରେ କିଛି ଫ୍ୟାନ୍ସ ରାହୁଲଙ୍କ ଉପରକୁ ବଟଲ ଠିପି ଫିଙ୍ଗିଛନ୍ତି ।
ଲର୍ଡ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ଖେଳାଳି ଫ୍ୟାନ୍ସଙ୍କ ଏପରି ବ୍ୟବହାରରେ କ୍ଷୁବ୍ଧ ହେବା ସହ ଅମ୍ପାୟାରଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏକ ଭିଡିଓରେ ରାହୁଲଙ୍କୁ କ୍ୟାପଟେନ ବିରାଟ କୋହଲି ଫ୍ୟାନ୍ସ ଫିଙ୍ଗିଥିବା ଠିପିକୁ ପାଲଟା ଫିଙ୍ଗିବାକୁ କହୁଥିବା ଦେଖାଯାଇଛି । ମାତ୍ର ଏହି ଘଟଣା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଏଯାବତ କୌଣସି ସ୍ପଷ୍ଟିକରଣ ରଖିନାହିଁ ।