ବର୍ମିଂହାମ: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ବିତୀୟ ଟେଷ୍ଟର ଦ୍ବିତୀୟ ଦିନ ଖେଳ ଜାରି ରହିଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡର ପ୍ରଥମ ଇଂନିସ 303 ରନ୍ରେ ଶେଷ ହୋଇଛି । ଦଳ ପକ୍ଷରୁ ଓପନର ରରି ବର୍ଣ୍ଣସ ଓ ଲରେନ୍ସ ଇଂଲଣ୍ଡ ପାଇଁ ସଙ୍କଟ ମୋଚକ ସାଜିଥିଲେ । ରରି ବର୍ଣ୍ଣସ 81 ଓ ଲରେନ୍ସ 81 ରନ୍ର ଇଂନିସ ଖେଳି ଇଂଲଣ୍ଡକୁ ସୁବିଧା ସ୍ଥିତିରେ ପହଞ୍ଚାଇଛନ୍ତି ।
ପ୍ରଥମ ଦିନ ଅପରାଜିତ ଥିବା ଡାନିଏଲ ରଲେନ୍ସ 124 ବଲ୍ରୁ 13 ଚୌକା ସହାୟତାରେ 81 ରନ ସଂଗ୍ରହ କରିବା ସହ ଅପରାଜିତ ରହିଥିଲେ । ମାର୍କ ଉଡ୍ 80 ବଲ୍ରୁ 7 ଚୌକା ସହ 41 ରନର ଉପଯୋଗୀ ଇଂନିସ ଖେଳିଥିଲେ । ଡୋମିନିକ ସିବଲେ 35 ଓ ଓଲି ଷ୍ଟୋନ 20 ରନର ଯୋଗଦାନ କରିଥିଲେ ।