ରାଞ୍ଚି: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟି-୨୦ରେ ଭାରତର ଜବରଦସ୍ତ ବିଜୟ । ଛକା ଲଗାଇ ଭାରତକୁ ଜିତାଇଲେ ଋଷଭ ପନ୍ତ । ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୭ ୱିକେଟରେ ବିଜୟୀ ହୋଇଛି ଟିମ ଇଣ୍ଡିଆ । ଏଥିସହ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ଆଗୁଆ ଜିତିନେଇଛି ଭାରତ ।
୧୫୪ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୧୭. ୨ ଓଭରରେ ହାସଲ କରିନେଇଥିଲା । ଦୁଇ ଭାରତୀୟ ଓପନର ପୁଣି ଏକ ଦମଦାର ଭାଗିଦାରୀ କରିଥିଲେ । ଉଭୟଙ୍କ ମଧ୍ୟରେ ପ୍ରଥମ ୱିକେଟ ଯୋଡିରେ ୧୧୭ ରନ୍ର ଶତକୀୟ ଭାଗିଦାରୀ ହୋଇଥିଲା । କେଏଲ ରାହୁଲ ପ୍ରଥମ ଖେଳାଳି ଭାବେ ୧୪ତମ ଓଭରରେ ୬୫ ରନ୍ର ଦମଦାର ଇଂନିସ ଖେଳି ଆଉଟ୍ ହୋଇଥିଲେ । ୪୯ ବଲ୍ରୁ ୬ଟି ଚୌକା ଓ ୨ଟି ଛକା ସହାୟତାରେ ୬୫ ରନ୍ର ମ୍ୟାଚ୍ ବିଜୟୀ ଇଂନିସ ଖେଳିଥିଲେ ରାହୁଲ । ସେହିପରି କ୍ୟାପଟେନ ରୋହିତ ଶର୍ମା ଧୁଆଁଧାର ବ୍ୟାଟିଂ ସହ ୩୬ ବଲ୍ରୁ ୫୫ ରନ୍ର ଇଂନିସ ଖେଳିଛନ୍ତି । ଏହି ଇଂନିସରେ ଗୋଟିଏ ଚୌକା ଓ ୫ଟି ଛକା ସାମିଲ କରିଛି ।
ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା ।