ଓଡିଶା

odisha

ETV Bharat / sports

କୋହଲିଙ୍କ ପାଇଁ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ ! ଲସ୍‌ ଆଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କହିଲେ କାରଣ - ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ

ଆମେରିକାର ଲସ୍‌ ଏଞ୍ଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଦେଖିବାକୁ ମିଳିବ । ତେବେ ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ କେବଳ ଭାରତୀୟ ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଯୋଗୁଁ ହୋଇଛି ବୋଲି କୁହାଯାଉଛି । ଜାଣନ୍ତୁ କାରଣ

କୋହଲିଙ୍କ ପାଇଁ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ !
କୋହଲିଙ୍କ ପାଇଁ ଅଲିମ୍ପିକ୍ସକୁ ଫେରିଲା କ୍ରିକେଟ !

By ETV Bharat Odisha Team

Published : Oct 16, 2023, 10:55 PM IST

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି କେବଳ ଭାରତରେ କିମ୍ବା ଏସିଆରେ ନୁହେଁ, ବିଶ୍ବ କ୍ରିକେଟରେ ଏକ ନୂଆ ପରିଚୟ ସୃଷ୍ଟି କରିଛନ୍ତି । ସେ ବିଶ୍ବ କ୍ରିକେଟକୁ ଦେଇଛନ୍ତି ଆଉ ଏକ ନୂଆ ସଫଳତା । କ୍ରିକେଟ ଜଗତରେ ବର୍ତ୍ତମାନର ସର୍ବଶ୍ରେଷ୍ଠ ଖେଳାଳିଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି କୋହଲି । ସୋସିଆଲ ମିଡିଆରେ ସର୍ବାଧିକ ଫଲୋୟର୍ସ ରହିଥିବା କ୍ରିକେଟର କୋହଲିଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ । ଯେଉଁଠି ସେ ଖେଳନ୍ତି, ବିଶ୍ବର କୋଣ ଅନୁକୋଣରୁ ସେଠାକୁ ପ୍ରଶଂସକଙ୍କ ସୁଅ ଛୁଟେ । ତେବେ ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯିବା ପରେ କୋହଲିଙ୍କୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି । ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବାରେ ବିରାଟ କୋହଲିଙ୍କର ଏକ ବଡ଼ ଭୂମିକା ରହିଥିବା କୁହାଯାଉଛି । କେବଳ ବିରାଟଙ୍କ ପାଇଁ ହିଁ ଅଲିମ୍ପିକ୍ସରେ କ୍ରିକେଟକୁ ପୁଣିଥରେ ସ୍ଥାନ ମିଳିଛି କୁହାଯାଉଛି ।

ତେବେ ଆମେରିକାର ଲସ୍‌ ଏଞ୍ଜେଲ୍ସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସ କ୍ରୀଡ଼ାରେ କ୍ରିକେଟ ଏକ ଇଭେଣ୍ଟ ଭାବେ ସାମିଲ ହେବ । ଏନେଇ ପଥ ପରିଷ୍କାର ହୋଇଛି । ଦୀର୍ଘ ୨ ବର୍ଷ ହେବ ଆଇସିସି ଏନେଇ ପ୍ରଚେଷ୍ଟା ଚଳାଇ ଆସୁଥିଲା । ଏହାପରେ ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ ହୋଇଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ କ୍ରିକେଟ ଦେଖିବାକୁ ମିଳିବ । କ୍ରିକେଟ ବ୍ୟତୀତ ଆଉ ୪ଟି ଖେଳ ମଧ୍ୟ ଅଲମ୍ପିକ୍ସରେ ସାମିଲ ହୋଇଛି । କ୍ରିକେଟ ସହିତ ଫ୍ଲାଗ ଫୁଟବଲ, ବେସବଲ ଏବଂ ସଫ୍ଟବଲ ସମେତ ୫ଟି କ୍ରୀଡାକୁ ଅଲମ୍ପିକ୍ସରେ ସାମିଲ କରିବାକୁ ଅନୁମୋଦନ ମିଳିଛି । ଏନେଇ ପ୍ରେସମିଟ୍‌ ଜରିଆରେ ଘୋଷଣା କରିଛି ଆଇଓସି (International Olympic Committee) । ତେବେ ଅଲିମ୍ପିକ୍ସ ଗେମ୍ସକୁ କ୍ରିକେଟର ବହୁ ପ୍ରତୀକ୍ଷିତ ପ୍ରତ୍ୟାବର୍ତ୍ତନ କେବଳ ଭାରତୀୟ ଷ୍ଟାର ବ୍ୟାଟର କିଙ୍ଗ୍‌ କୋହଲିଙ୍କ ଯୋଗୁଁ ହୋଇଛି ବୋଲି କୁହାଯାଉଛି ।

ଏହା ମଧ୍ୟ ପଢ଼ନ୍ତୁ...2028 ଅଲମ୍ପିକ୍ସରେ କ୍ରିକେଟ, IOC ଅଧିବେଶନରେ ଅନୁମୋଦନ

ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଫଲୋୟର୍ସ ରହିଥିବା ବିଶ୍ବର ତୃତୀୟ ଆଥଲେଟ ହେଉଛନ୍ତି ଟିମ୍‌ ଇଣ୍ଡିଆର ଏହି ଷ୍ଟାର ବ୍ୟାଟର ବିରାଟ କୋହଲି । ସୋସିଆଲ ମିଡିଆରେ ବିରାଟଙ୍କର ମୋଟ ୩୪୦ ମିଲିୟନ୍ ଫଲୋୟର୍ସ ରହିଛନ୍ତି । ୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସ ଆୟୋଜକ କମିଟିର ନିର୍ଦ୍ଦେଶକ ନିକୋଲୋ କେମ୍ପ୍ରିୟାନୀ କହିଛନ୍ତି, "ମୋ ବନ୍ଧୁ କୋହଲିଙ୍କ ସୋସିଆଲ ମିଡିଆରେ ୩୪୦ ମିଲିୟନ୍ ଫଲୋୟର୍ସ ରହିଛନ୍ତି । ସବୁଠାରୁ ଅଧିକ ଫ୍ୟାନ୍ ଫଲୋଇଂ ଥିବା ଆଥଲେଟ ତାଲିକାରେ ବିରାଟ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ଲେମ୍ବ୍ରୋ ଜେମ୍ସ, ଟମ୍ ବ୍ରେଡି ଏବଂ ଟାଇଗର ଉଡ୍ସଙ୍କ ଫଲୋୟର୍ସ ସଂଖ୍ୟାଠାରୁ ମଧ୍ୟ ଅଧିକ ।" ତେବେ ଏହି କାରଣ ପାଇଁ କ୍ରିକେଟକୁ ଅଲିମ୍ପିକ୍ସରେ ସାମିଲ କରାଯାଇଥାଇ ପାରେ ବୋଲି ସେ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details