ହାଇଦ୍ରାବାଦ:ଭାରତ ହାତରୁ ଯାଇପାରେ ବିଶ୍ବକପ ଆୟୋଜନ । ୨୦୨୩ ଦିନିକିଆ ବିଶ୍ବକପର ଆୟୋଜକ ଭାରତ ରହିଛି । ଯାହା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଆଶ୍ବାସନା ପ୍ରଦାନ କରିଥିଲା । ଏହାରି ଭିତରେ ପ୍ରଶଂସକଙ୍କୁ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତଠୁ ଛଡାଇ ନେଇପାରେ ୨୦୨୩ ଦିନିକିଆ ବିଶ୍ବକପର ଆୟୋଜନ କ୍ଷମତା ।
ଭାରତ ହାତରୁ ଯାଇପାରେ ଦିନିକିଆ ବିଶ୍ବକପ ଆୟୋଜନ - 2023 ଦିନିକିଆ ବିଶ୍ବକପ ଆୟୋଜନ
ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତଠୁ ଛଡାଇ ନେଇପାରେ ୨୦୨୩ ଦିନିକିଆ ବିଶ୍ବକପର ଆୟୋଜନ କ୍ଷମତା । ଅଧିକ ପଢନ୍ତୁ
ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆଇସିସିକୁ ଟ୍ୟାକ୍ସ ଦେଇଥାଏ । ବର୍ଷ ୨୦୧୬ ଟି୨୦ ବିଶ୍ବକପର ଆୟୋଜକ ଭାରତଠାରୁ ଆଇସିସି ଟ୍ୟାକ୍ସ ଆକାରରେ ରାଜସ୍ବ ଅଂଶରୁ ୧୦.୩ % ପ୍ରତିଶତ ସରଚାର୍ଜ କରିଥିଲା । ଏନେଇ ବିସିସିଆଇ ଆଇନଗତ ଯୁଦ୍ଧ ଜାରି ରଖିଛି । ସେହିପରି ୨୦୨୩ ଦିନିକିଆ ବିଶ୍ବକପର ଆୟୋଜନ ପାଇଁ ଆଇସିସିର ଗ୍ଲୋବାଲ ବଡି ଟିକସ ପ୍ରଦାନ କରିବାକୁ ବିସିସିଆଇକୁ କହିଥିଲା । ହେଲେ ବିସିଆଇ ଏହି ପ୍ରସ୍ତାବରେ ରାଜି ନଥିବା ଜଣାପଡିଛି ।
ସେପଟେ ବର୍ଷ ୨୦୧୬ ଟି୨୦ ବିଶ୍ବକପର ଟ୍ୟାକ୍ସ ଫ୍ରି ପାଇଁ ବିସିସିଆଇ ଅନୁରୋଧ କରିଥିଲା । ହେଲେ ତାହା ଫଳପ୍ରଦ ହୋଇନଥିଲା । ଯେଉଁ କାରଣରୁ ବୋର୍ଡକୁ ଆଇନର ସାହାରା ନେବାକୁ ପଡିଥିଲା । ଠିକ୍ ସେହିପରି ୨୦୨୩ ବିଶ୍ବକପ ଆୟୋଜନକୁ ନେଇ ବିସିସିଆଇ ସମାନ ପରିଣାମ ଭୋଗିପାରେ । ଆଇସିସିର ସୂତ୍ର ଅନୁଯାୟୀ ଏହି ଘଟଣାରେ କିଛି କରାଯାଇ ପାରିବ ନାହିଁ ଆୟୋଜନକୁ ଅନ୍ୟ ଦେଶକୁ ସ୍ଥାନାନ୍ତରିତ କରି ଦିଆଯାଇପାରେ । ଭାରତ ୨୦୨୩ ଦିନିକିଆ ବିଶ୍ବକପର ଆୟୋଜକ ରହିବ କି ନାହିଁ ସେ ନିଷ୍ପତ୍ତି ଆଇସିସିର ।