କାଣ୍ଡି(ଶ୍ରୀଲଙ୍କା):କ୍ୟାପଟେନ ମୋମିନୁଲ ହକ ଓ ନଜମୁଲ ହୁସେନ ସନ୍ତୋଙ୍କ ଦମଦାର ଭାଗିଦାରୀରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ବାଂଲାଦେଶ । ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଲାଂଦେଶର ସ୍କୋର 474/4 ରହିଛି । ତୃତୀୟ ୱିକେଟ ଯୋଡିରେ 547 ବଲ୍ରେ ଉଭୟଙ୍କ ମଧ୍ୟରେ 242 ରନ୍ର ରେକର୍ଡ ଭାଗିଦାରୀ ହୋଇଛି ।
ନଜମୁଲ ପ୍ରଥମ ଦିନରେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିଲେ । ଅନ୍ୟପଟେ ମୋମିନୁଲ ମଧ୍ୟ 11ତମ ଟେଷ୍ଟ ଶତକ ହାସଲ କରିଛନ୍ତି ।