କଲମ୍ବୋ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜର ପ୍ରଥମ ମ୍ୟାଚ କଲମ୍ବୋରେ ଖେଳାଯାଉଛି । ଟସ୍(TOSS) ଜିତି ଘରୋଇ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଫଳରେ ଶିଖର ଧାୱନଙ୍କ ନେତୃତ୍ବରେ ପ୍ରଥମେ ଫିଲ୍ଡିଂ କରିବ ଭାରତ ।
ନିଜ ଜନ୍ମଦିନରେ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ଡେବ୍ୟୁ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ଇଶାନ କିଶନ । ସୂର୍ଯ୍ୟକୁମାର ଯାଦବ ମଧ୍ୟ ଦିନିକିଆ କ୍ରିକେଟର ପ୍ରଥମ ମ୍ୟାଚ ଖେଳୁଛନ୍ତି । ଏହି ଦୁଇ ଖେଳାଳି ପୂର୍ବରୁ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜରେ ଫଟାଫଟ କ୍ରିକେଟରେ ନିଜର ଜଲୱା ଦେଖାଇସାରିଛନ୍ତି ।
ଦୀର୍ଘଦିନ ପରେ ଦୁଇ ଷ୍ଟାର ସ୍ପିନର ଯୋଡି କୁଲଦୀପ ଯାଦବ ଓ ଯୁଜଭେନ୍ଦ୍ର ଚହଲଙ୍କୁ ମଧ୍ୟ ଭାରତୀୟ ଚୁଡାନ୍ତ ଏକାଦଶରେ ସ୍ଥାନ ମିଳିଛି ।