ହାଇଦ୍ରାବାଦ: ମହିଳା ପ୍ରିମିୟର ଲିଗର ପ୍ରଥମ ମେଗା ଅକ୍ସନରେ ସାମିଲ ହେବା ପାଇଁ ୧୫୦୦ ଖେଳାଳି ନିଜ ନାମ ପଞ୍ଜୀକୃତ କରିଛନ୍ତି । ଫେବୃଆରୀ ୧୩ ତାରିଖରେ ହେବାକୁ ଥିବା ନିଲାମୀରେ ପ୍ରାୟ ୯୦ ଜଣ ଖେଳାଳିଙ୍କ ପାଇଁ ନିଲାମୀ ହେବ । ଗୋଟିଏ ଫ୍ରାଞ୍ଜାଇଜ ପର୍ସରେ ୧୨ କୋଟି ଟଙ୍କା ରହିବ । ପ୍ରତି ଫ୍ରାଞ୍ଚାଇଜ ୧୫ରୁ ୧୮ ଖେଳାଳି କିଣି ପାରିବେ । ତେବେ BCCIର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେମଙ୍ଗ ଅମିନ କହିଛନ୍ତି ଯେ ନିଲାମୀ ପ୍ରକ୍ରିୟାରେ ସାମିଲ ହେବାକୁ ଥିବା ସମସ୍ତ ଖେଳାଳିଙ୍କ ନାମ ଏହି ସପ୍ତାହ ଶେଷ ସୁଦ୍ଧା ଘୋଷଣା କରାଯିବ । ଫେବୃଆରୀ ୧୩ ତାରିଖରେ ମହିଳା ପ୍ରିମିୟର ଲିଗ ପାଇଁ ଖେଳାଳିଙ୍କ ନିଲାମୀ ପ୍ରକ୍ରିୟା ଅନୁଷ୍ଠିତ ହେବ । ଚଳିତ ମହିଳା ଆଇପିଏଲର ପ୍ରଥମ ସଂସ୍କରଣରେ ୫ଟି ଦଳ ଅଂଶଗ୍ରହଣ କରିଛନ୍ତି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୁରୁ, ଲକ୍ଷ୍ନୌ ଏବଂ ଦିଲ୍ଲୀ । ଏହି ୫ଟି ମହିଳା ପ୍ରିମିୟର ଲିଗ ଟିମର ବିକ୍ରି ହୋଇସାରିଛି । ଏଥିରେ ସବୁଠୁ ଅଧିକ ଦାମର ଅହମ୍ମଦାବାଦ ଟିମ ନିଲାମ ହୋଇଛି । ଯାହା ଆଦାନୀ ଗ୍ରୁପ ଲଗାଇଛି ।
Women's Premier league: ନିଲାମୀ ପାଇଁ ୧୫୦୦ ଖେଳାଳିଙ୍କ ପଞ୍ଜିକରଣ - ନିଲାମୀ ନେଇ ୧୫୦୦ ଖେଳାଳିଙ୍କ ନାମ ପଞ୍ଜୀକୃତ
ବୃଆରୀ ୧୩ ତାରିଖରେ ହେବାକୁ ଥିବା ନିଲାମୀରେ ପ୍ରାୟ ୯୦ ଜଣ ଖେଳାଳିଙ୍କ ପାଇଁ ନିଲାମୀ ହେବ । ମହିଳା ପ୍ରିମିୟର ଲିଗର ପ୍ରଥମ ମେଗା ଅକ୍ସନରେ ସାମିଲ ହେବା ପାଇଁ ୧୫୦୦ ଖେଳାଳି ନିଜ ନାମ ପଞ୍ଜୀକୃତ କରିଛନ୍ତି । ଅଧିକ ପଢନ୍ତୁ
ମହିଳା ପ୍ରିମିୟର ଲିଗ ୨୦୨୩ର ଖେଳ ସୂଚୀ ଆନୁଷ୍ଠାନିକ ଭାବରେ BCCI ଘୋଷଣା କରିନାହିଁ । ହେଲେ ମିଡିଆ ରିପୋର୍ଟ ଅନୁଯାୟୀ ମାର୍ଚ୍ଚ ୪ ତାରିଖରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଦୁଇ ପ୍ରମୁଖ ଦଳ ମୁମ୍ବାଇ ବନାମ ଅହମ୍ମଦାବାଦ ମୁହାଁମୁହିଁ ହୋଇପାରନ୍ତି । BCCI ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗର ଉଦଘାଟନୀ ମ୍ୟାଚ ଖେଳାଯିବା ନେଇ ଯୋଜନା କରିଛି । ସେହିପରି ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଯିବାକୁ ଥିବା ସମସ୍ତ ଲିଗ ମ୍ୟାଚ CCI ଏବଂ DY ପାଟିଲ ଷ୍ଟାଡିୟମରେ ଖେଳାଯିବ । ପ୍ରଥମ ମ୍ୟାଚ ମାର୍ଚ୍ଚ ୪ ତାରିଖରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ବନାମ ଅହମ୍ମଦାବାଦ । ଏହି ମ୍ୟାଚ ମୁମ୍ବାଇର DY ପାଟିଲ ଷ୍ଟାଡିୟମରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ ମାର୍ଚ୍ଚ ୫ ତାରିଖରେ ଖେଳାଯିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଦିଲ୍ଲୀ ବନାମ ବେଙ୍ଗାଲୁରୁ । ଏହି ମ୍ୟାଚ CCI ଷ୍ଟାଡିୟମରେ ଖେଳାଯିବ । ମାର୍ଚ୍ଚ ୫ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବ । ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହେବେ ଅହମ୍ମଦାବାଦ ବନାମ ଲକ୍ଷ୍ନୌ । ଏହି DY ପାଟିଲ ଷ୍ଟାଡିୟମରେ ଖେଳାଯିବ । ସେହିପରି ମୁମ୍ବାଇ ବନାମ ଅହମ୍ମଦାବାଦ ମାର୍ଚ୍ଚ ୧୪ ତାରିଖରେ ଦ୍ବିତୀୟ ଥର ପାଇଁ ମୁହାମୁହିଁ ହେବେ ।