ନୂଆଦିଲ୍ଲୀ: କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜିଜ୍ଜୁ ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁଙ୍କ 'ଆଇ ରିଟାୟର' ଟ୍ବିଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ବିଶ୍ବ ଚମ୍ପିଆନ ସିନ୍ଧୁଙ୍କ ଉଦ୍ଦେଶ୍ୟରେ ରିଜଜୁ ଟ୍ବିଟ କରିଛନ୍ତି, " ତୁମେ ବାସ୍ତବରେ ଏକ ଝଟକା(ମିନି ଶକ୍) ଦେଇଛ । ତୁମର ପ୍ରତିବଦ୍ଧତାର ଶକ୍ତି ଉପରେ ଅତୁଟ ଭରଷା ରହିଛି । ଶକ୍ତିଶାଳୀ ଭାବେ ଅନେକ ଭାରତୀୟ ପ୍ରତିଭାଙ୍କ ପାଇଁ ପ୍ରେରଣା ହେବ ବୋଲି ବିଶ୍ବାସ ।"
2018 ରାଜ୍ୟଗୋଷ୍ଠୀ କ୍ରୀଡା ଓ 2018 ଏସିଆନ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ସିନ୍ଧୁ। ସିନ୍ଧୁଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡା ସମ୍ମାନ ରାଜୀବ ଗାନ୍ଧି ଖେଳ ରତ୍ନ, ପଦ୍ମଶ୍ରୀ ଓ ପଦ୍ମଭୁଷଣ ପୁରସ୍କାର ମିଳିଛି ।