ଓଡିଶା

odisha

By

Published : Jan 29, 2021, 4:24 PM IST

ETV Bharat / sports

ୱାର୍ଲ୍ଡ ଟୁର ଫାଇନାଲ୍‌ସ: ପରାଜୟ ସହ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

ଭାରତୀୟ ତାରକା ପୁରୁଷ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତଙ୍କ ଚଳିତ ୱାର୍ଲ୍ଡ ଟୁର ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଶେଷ । ଅଧିକ ପଢନ୍ତୁ...

WORLD TOUR FINALS KIDAMBI SRIKANTH FACES 3RD CONSECUTIVE DEFEAT BOWS OUT OF TOURNAMENT
ୱାର୍ଲ୍ଡ ଟୁର ଫାଇନାଲ୍‌ସ:ପରାଜୟ ସହ ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

ବ୍ୟାଙ୍କକ୍‌:ଭାରତୀୟ ତାରକା ପୁରୁଷ ବ୍ୟାଡମିଣ୍ଟନ ଖେଳାଳି କିଦାମ୍ବୀ ଶ୍ରୀକାନ୍ତଙ୍କ ଚଳିତ ୱାର୍ଲ୍ଡ ଟୁର ଫାଇନାଲ୍‌ସ ଟୁର୍ଣ୍ଣାମେଣ୍ଟରେ ଅଭିଯାନ ଶେଷ ହୋଇଛି । ଲଗାତାର 3ଟି ମ୍ୟାଚରେ ପରାଜୟ ମିଳିବା ପରେ ଟୁର୍ଣ୍ଣାମେଣ୍ଟରୁ ବାହାର ହୋଇଛନ୍ତି ଶ୍ରୀକାନ୍ତ ।

କିଦାମ୍ବୀ ଶ୍ରୀକାନ୍ତ

ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଶ୍ରୀକାନ୍ତଙ୍କ ପ୍ରଦର୍ଶନ ନୈରାଶାଜନକ ରହିଥିଲା । ଶୁକ୍ରବାର ଥାଇଲାଣ୍ଡ ଖେଳାଳି ଲୌଙ୍ଗ୍‌ଙ୍କ ବିପକ୍ଷରେ ଶ୍ରୀକାନ୍ତଙ୍କୁ ତୃତୀୟ ପରାଜୟ ମିଳିଛି । ଗ୍ରୁପ ବିର ଏହି ମ୍ୟାଚ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ଖେଳାଯାଇଥିଲା । ମାତ୍ର 21-12, 18-21, 18-21ରେ ଶ୍ରୀକାନ୍ତ ପରାସ୍ତ ହୋଇଥିଲେ ।

ଗତ ଦୁଇଟି ମ୍ୟାଚରେ ପ୍ରଥମ ସେଟ୍‌କୁ ଜିତିବା ସହ ଶ୍ରୀକାନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିଲେ ମଧ୍ୟ ମ୍ୟାଚ ଜିତିବାରେ ଅସଫଳ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details