ଓଡିଶା

odisha

ETV Bharat / sports

ବିଶ୍ବ ବ୍ୟାଡମିଣ୍ଟମନ ଚମ୍ପିଆନସିପ: ଫାଇନାଲରେ ପିଭି ସିନ୍ଧୁ

ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ।

By

Published : Aug 25, 2019, 3:12 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@Media_SAI)

ହାଇଦ୍ରାବାଦ: ବିଶ୍ବ ବ୍ୟାଡମିଣ୍ଟନ ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ। ସେମିଫାଇନାଲ ମୁକାବିଲାରେ ଅଲ ଇଂଲଣ୍ଡ ଚମ୍ପିଆନ ଚେନ ୟୁ ଫେଇଙ୍କୁ ପରାସ୍ତ କରିଛନ୍ତି ସିନ୍ଧୁ ।

ବିଶ୍ବମାନ୍ୟତାର 3ନଂ ସ୍ଥାନରେ ଥିବା ଚାଇନା ଖେଳାଳି ଚେନଙ୍କୁ 21-7 ଓ 21-14 ସେଟରେ ସିଧାସଳଖ ହରାଇଛନ୍ତି । ଆଉ ଗୋଟିଏ ସେଟ ବାକି ଥାଇ ଏକପାଖିଆ ବିଜୟ ସହ ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ ।

ଏହି ସମ୍ମାନଜନକ ଟୁର୍ଣ୍ଣାମେଣ୍ଟର ଗତ 2ଟି ସଂସ୍କରଣରେ ସିନ୍ଧୁ ରୌପ୍ୟ ପଦକ ବିଜେତା ହେଇଛନ୍ତି । 24 ବର୍ଷିୟ ହାଇହ୍ରାବାଦର ଝିଅ ସିନ୍ଧୁ ରବିବାର ଫାଇନାଲ ମୁବାକିଲା ଖେଳିବେ । 2013 ଥାଇଲାଣ୍ଡର ବିଶ୍ବଚମ୍ପିଆନ ରଟଚାନଙ୍କ ଇନ୍ତାନନ କିମ୍ବା ଜାପାନର 2017 ବିଶ୍ବ ଚମ୍ପିଆନ ନଜୋମି ଅକୁହାରାଙ୍କ ସହ ସିନ୍ଧୁଙ୍କର ଫାଇନାଲ ଲଢେଇ ହୋଇପାରେ ।

ABOUT THE AUTHOR

...view details