ନୂଆଦିଲ୍ଲୀ: ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର 4 ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଫଳରେ ଏହି ଘଟଣାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି । ଦୋଷୀଙ୍କୁ କଠୋର ଦଣ୍ଡ ମିଳିବା ନେଇ ପୂର୍ବରୁ ଦେଶତମାମ ଦାବି ହୋଇଆସୁଥିଲା ।
ଏନକାଉଣ୍ଟର ଶେଷ କରିବ ତ ଦୁଷ୍କର୍ମ ? ତେଲାଙ୍ଗାନା ପୋଲିସକୁ ସର୍ଟଲର ଜ୍ୱାଲାଙ୍କ ପ୍ରଶ୍ନ - ଦୁଷ୍କର୍ମକୁ ବନ୍ଦ କରିବ ଏନକାଉଣ୍ଟର
ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣାର 4 ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରିଛି । ଏହି ଘଟଣାରେ ପୋଲିସର ଏନକାଉଣ୍ଟର ଭବିଷ୍ୟତରେ ଦୁଷ୍କର୍ମକୁ ବନ୍ଦ କରିପାରିବ କି ବୋଲି ଜ୍ବାଲା ଗୁଟ୍ଟା ପ୍ରଶ୍ନ କରିଛନ୍ତି । ଏଥସହିତ ସମସ୍ତ ଦୁଷ୍କର୍ମକାରୀଙ୍କୁ ସମାନ ପ୍ରକାର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ତେଲେଙ୍ଗାନା ପୋଲିସ ଉଦ୍ଦେଶ୍ୟରେ ଟ୍ବିଟ କରିଛନ୍ତି ।
ତେବେ ଏହି କ୍ରମରେ ସୋସିଆଲ ମିଡିଆର ନିଜର ପ୍ରତିକ୍ରିୟା ରଖିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ଜ୍ବାଲା ଗୁଟ୍ଟା । ଏହି ଘଟଣାରେ ପୋଲିସର ଏନକାଉଣ୍ଟର ଭବିଷ୍ୟତରେ ଦୁଷ୍କର୍ମକୁ ବନ୍ଦ କରିପାରିବ କି ବୋଲି ଜ୍ବାଲା ପ୍ରଶ୍ନ କରିଛନ୍ତି । ଏଥସହିତ ସମସ୍ତ ଦୁଷ୍କର୍ମକାରୀଙ୍କୁ ସମାନ ପ୍ରକାର ଦଣ୍ଡରେ ଦଣ୍ଡିତ କରାଯିବ ବୋଲି ତେଲେଙ୍ଗାନା ପୋଲିସକୁ ପ୍ରଶ୍ନ କରିଛନ୍ତି ।
ପୋଲିସର କହିବା ଅନୁଯାୟୀ ପୀଡିତାଙ୍କ ମୃତଦେହ ମିଳିଥିବା ସ୍ଥାନକୁ ଅଧିକ ତଦନ୍ତ ପାଇଁ 4 ଅଭିଯୁକ୍ତଙ୍କୁ ନିଆଯାଇଥିଲା । ମାତ୍ର ଘଟଣାସ୍ଥଳରୁ ଅଭିଯୁକ୍ତ ମହମ୍ମଦ ଆରିଫ, ନବୀନ, ଶିବା ଓ ଚେନ୍ନାକେଶଭୁଲୁ ଦୌଡି ପଳାଇଯିବାକୁ ଚେଷ୍ଟା କରୁଥିଲେ । ଫଳରେ ସାଇବରାବାଦ ପୋଲିସ ଭୋର 3ରୁ 6ଟା ମଧ୍ୟରେ ଏନକାଉଣ୍ଟର କରିବାକୁ ବାଧ୍ୟ ହୋଇଥିଲା । ଏନେଇ ସାଇବରାବାଦ ପୋଲିସ କମିଶନର ଭି ସି ସାଜନାର ସୂଚନା ଦେଇଛନ୍ତି ।