ନୂଆଦିଲ୍ଲୀ:ପାରା-ବ୍ୟାଡମିଣ୍ଟନ ଷ୍ଟାର ପ୍ରମୋଦ ଭଗତଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସଦ୍ୟ ସମାପ୍ତ ପାରାଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦଙ୍କୁ ନୂଆଦିଲ୍ଲୀସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭେଟି ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର । ଏଥିସହ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି ।
ପାରା ଅଲମ୍ପିଆନଙ୍କ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି । ଟୋକିଓ ସଫଳତା ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ । ଏ ନେଇ ଶ୍ରୀ ପ୍ରଧାନ ଟ୍ବିଟରେ ଉଲ୍ଲେଖ କହିଛନ୍ତି ଯେ, ଟୋକିଓ ପାରାଲମ୍ପିକ୍ରେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ଓଡ଼ିଶାର ପ୍ରମୋଦ ଭଗତଙ୍କୁ ନିଜ କାର୍ଯ୍ୟାଳୟରେ ଭେଟି ଅଭିନନ୍ଦନ ଜଣାଇବା ସହ ଉଜ୍ଵଳ ଭବିଷ୍ୟତ କାମନା କଲି । ଟୋକିଓରେ ପ୍ରମୋଦ ଭଗତଙ୍କ ସମେତ ଆମର ପାରା ଅଲମ୍ପିକ୍ସ ପ୍ରଦର୍ଶନ ସମଗ୍ର ଦେଶକୁ ପ୍ରେରଣା ଦେଇଛି । ଏହି ସଫଳତା ଆମ ଦେଶ ବିଶେଷ ଭାବରେ ଓଡ଼ିଶାର ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ସୃଷ୍ଟି କରିବ ।