ଆରହସ(ଡେନମାର୍କ):ଚଳିତ ଉବର କପ୍ରେ ଭାରତର ଦମଦାର ବିଜୟ । ଗ୍ରୁପ ବି'ରେ ଥିବା ଭାରତ ପ୍ରଥମ ମ୍ୟାଚ୍ରେ ସ୍ପେନକୁ ୩-୨ରେ ହରାଇ ବିଜୟରୁ ଅଭିଯାନ ଆରମ୍ଭ କରିଛି ।
ଓପନିଂ ମ୍ୟାଚ୍ରେ ଭାରତୀୟ ମହିଳା ସିଙ୍ଗଲ୍ସ ଖେଳାଳି ଆଗୁଆ ରହିତିଲେ । ମାତ୍ର ସାଇନା ନେହୱାଲ ଆହତ କାରଣରୁ ଅଧାରୁ ସ୍ପେନର କ୍ଳାରା ଅଜୁରମେନ୍ଦିଙ୍କ ବିପକ୍ଷ ମ୍ୟାଚ୍ରୁ ଓହରିଯାଇଥିଲେ । ମାଂଶପେଶୀରେ ଯନ୍ତ୍ରଣା ପରେ ସାଇନା ଏହି ନିଷ୍ପତ୍ତି ନେଇଥିଲେ ।
ତେବେ ଆହତ ଅବସର ପୂର୍ବରୁ ସାଇନା ୨୦-୨୨ରେ ବିଶ୍ବ ମାନ୍ୟତାର ୫୮ ତମ ସ୍ଥାନରେ ଥିବା ଅଜୁରମେନ୍ଦିଙ୍କ ଠାରୁ ଅଳ୍ପକେ ପରାସ୍ତ ହୋଇଥିଲେ । ଏହାପେର ସାଇନା ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ଅସମର୍ଥ ଦର୍ଶାଇଥିଲେ ।