ଓଡିଶା

odisha

ETV Bharat / sports

ଥୋମାସ କପ୍‌: କ୍ବାର୍ଟରରେ ହାରିଲା ପୁରୁଷ ବ୍ୟାଡମିଣ୍ଟନ ଟିମ ଇଣ୍ଡିଆ - ପୁରୁଷ ବ୍ୟାଡମିଣ୍ଟନ ଟିମ ଇଣ୍ଡିଆ

ଥୋମାସ କପ୍‌ କ୍ବାର୍ଟର-ଫାଇନାଲରେ ଡେନମାର୍କ ଠାରୁ ୧-୩ରେ ପରାସ୍ତ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଟିମ । ଅଧିକ ପଢନ୍ତୁ...

Thomas Cup: Indian men's team loses to Denmark in quarter-finals
ଥୋମାସ କପ୍‌: କ୍ବାର୍ଟରରେ ହାରିଲା ପୁରୁଷ ବ୍ୟାଡମିଣ୍ଟନ ଟିମ ଇଣ୍ଡିଆ

By

Published : Oct 16, 2021, 6:45 AM IST

ଆରହସ(ଡେନମାର୍କ):ଚଳିତ ଥୋମାସ କପ୍‌ କ୍ବାର୍ଟର-ଫାଇନାଲରେ ଭାରତ ନିରାଶ । ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଟିମ ଶୁକ୍ରବାର ଡେନମାର୍କ ଠାରୁ ୧-୩ରେ ପରାସ୍ତ ହୋଇଛନ୍ତି ।

ପ୍ରଥମ ମ୍ୟାଚ୍‌ରେ କିଦାମ୍ବି ଶ୍ରୀକାନ୍ତ ଭିକ୍ଟର ଆକ୍ସଲସନଙ୍କ ଠାରୁ ୨୧-୧୨, ୨୧-୧୩ରେ ପରାସ୍ତ ହେବାପରେ ଭାରତ ୦-୧ରେ ପଛୁଆ ହୋଇଥିଲା ।

ପରେ ଡବଲ୍ସ ଯୋଡି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଚିରାଗ ସେଟ୍ଟୀ ୧୫-୨୧, ୨୧-୧୭, ୧୮-୨୧ରେ କିମ ଆଷ୍ଟରପ ଓ ଆଣ୍ଡର୍ସ ସ୍କାରପ ରମମସନଙ୍କୁ ହରାଇ ସ୍କୋର ବରାବର କରିଥିଲେ ।

ତେବେ ତୃତୀୟ ମ୍ୟାଚ୍‌ରେ ସର୍ଟଲର ସାଇ ପ୍ରଣୀତ, ଆଣ୍ଡର୍ସ ଆଣ୍ଟୋନସନଙ୍କ ଠାରୁ ୨୧-୮, ୨୧-୧୫ରେ ପରାସ୍ତ ହେବାପରେ ପୁଣି ପଛୁଆ ହୋଇଥିଲା ।

ଶେଷ ମ୍ୟାଚ୍‌ରେ ଏମଆର ଅର୍ଜୁନ ଓ ଧ୍ରୁବ କପିଳା ୨୧-୧୬, ୨୧-୯ରେ ପରାସ୍ତ ହେବାପରେ ଭାରତ ନିରାଶ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details