ହାଇଦ୍ରାବାଦ: ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଆଜି ଠାରୁ 27 ସେପ୍ଟେମ୍ବର ଯାଏଁ ଆରମ୍ଭ ହୋଇଛି ବ୍ୟାଡମିଣ୍ଟନ ଜାତୀୟ ଶିବିର । ଏହି ଶିବିରରେ ମୋଟ 26ଜଣ ଖେଳାଳି ଅଂଶ ଗ୍ରହଣ କରିବେ ।
ଆଜି ଠାରୁ ଆରମ୍ଭ ହେଲା ଜାତୀୟ ବ୍ୟାଡମିଣ୍ଟନ ଶିବିର - national badminton camp
ହାଇଦ୍ରାବାଦର ପୁଲେଲା ଗୋପୀଚାନ୍ଦ ଏକାଡେମୀରେ ଆଜି ଠାରୁ 27 ସେପ୍ଟେମ୍ବର ଯାଏଁ ଆରମ୍ଭ ହୋଇଛି ବ୍ୟାଡମିଣ୍ଟନ ଜାତୀୟ ଶିବିର ।

ବିଏଆଇ ଓ କୋଚ ପୁଲେଲା ଗୋପୀଚାନ୍ଦ Thomas & Uber Cupକୁ ଧ୍ୟାନ ରଖି ଶିବିରରେ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି କରିଛନ୍ତି ବୋଲି ସାଇ କହିଛି ।
ସାଇ କହିଛି ଯେ, ଖେଳାଳିମାନେ ଗୋପୀଚାନ୍ଦ ଏକାଡେମୀରେ ରହିବେ ଓ ସେଠାରେ ଖେଳିବେ । କାରଣ ଖେଳାଳିମାନେ ଏକାଡେମୀରେ ଅଧିକ ସୁରକ୍ଷିତ ରହିବେ । ଏଥିସହ ସମସ୍ତ ଖେଳାଳି, ପ୍ରଶିକ୍ଷକ ଓ ସ୍ପୋର୍ଟ୍ସ ଷ୍ଟାଫ ହାଇଦ୍ରାବାଦ ଆସିବା ପୂର୍ବରୁ ବାଧ୍ୟତାମୂଳକ ଆରଟି-ପିସିଆର ଟେଷ୍ଟ କରାଇବେ । ଟେଷ୍ଟ ନେଗେଟିଭ ଆସିଲେ ହିଁ ଶିବିରରେ ସାମିଲ ହୋଇ ପାରିବେ । ଏକାଡେମୀରେ ପହଞ୍ଚିବା ପରେ ଖେଳାଳିମାନେ କ୍ବାରେଣ୍ଟାଇନରେ ରହିବେ । କ୍ବାରେଣ୍ଟାଇନର 6ଷ୍ଠ ଦିନରେ ସମସ୍ତଙ୍କର ପୁଣି କୋଭିଡ ଟେଷ୍ଟ କରାଯିବ । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ ଆସିବ ସେମାନେ ହିଁ କୋର୍ଟରେ ଟ୍ରେନିଙ୍ଗ ଆରମ୍ଭ କରି ପାରିବେ ।