ଓଡିଶା

odisha

ETV Bharat / sports

କୋରୋନା କବଳରେ ସାଇନା ଓ ଏଚଏସ ପ୍ରଣୟ

ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ ଓ ଏଚଏସ ପ୍ରଣୟଙ୍କୁ କୋରୋନା । ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଥାଇଲାଣ୍ଡ ଓପନରେ ଅଂଶଗ୍ରହଣ କରି ପାରିବେନି ବୋଲି ଟ୍ବିଟ କରି କହିଛନ୍ତି ସାଇନା ।

କୋରୋନା କବଳରେ ସାଇନା ଓ ଏଚଏସ ପ୍ରଣୟ
କୋରୋନା କବଳରେ ସାଇନା ଓ ଏଚଏସ ପ୍ରଣୟ

By

Published : Jan 12, 2021, 11:57 AM IST

ବ୍ୟାଙ୍କକକ: ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହଓ୍ବାଲ ଓ ଏଚଏସ ପ୍ରଣୟଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି । ଆଗାମୀ ଟୁର୍ଣ୍ଣାମେଣ୍ଟ ପାଇଁ ବ୍ୟାଙ୍କକ ପହଞ୍ଚି 3ୟଥର କୋରୋନା ଟେଷ୍ଟ ବେଳେ ଉଭୟ କୋରୋନା ଆକ୍ରାନ୍ତ ବୋଲି ଜଣାପଡିଛି । ଫଳରେ ଥାଇଲାଣ୍ଡ ଓପନରୁ ବାଦ୍‌ ପଡିଛନ୍ତି ସାଇନା ।

ତେବେ ଥାଇଲାଣ୍ଡର କୋରୋନା ପ୍ରୋଟକଲ୍ସ ଅନୁସାରେ ଉଭୟ 10 ଦିନ ପାଇଁ ହସ୍ପିଟାଲରେ ରହିବେ ।

ସୂଚନାଥାଇକି, ଆଜି ଠାରୁ ଥାଇଲାଣ୍ଡ ଓପନ ଆରମ୍ଭ ହେବାକୁ ଯାଉଛି । ତେବେ ରିପୋର୍ଟ ପଜିଟିଭ ଆସିଥିବାରୁ ସେ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ପାରିବେନି ବୋଲି ଟ୍ବିଟ କରି କହିଛନ୍ତି ସାଇନା ।

ABOUT THE AUTHOR

...view details