ଓଡିଶା

odisha

ସ୍ବିସ ଓପନ ଫାଇନାଲରେ ପିଭି ସିନ୍ଧୁ

By

Published : Mar 6, 2021, 6:31 PM IST

ଡେନମାର୍କର ମିଆ ବ୍ଳିଚଫେଲ୍‌ଡଙ୍କୁ ହରାଇ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଶନିବାର ସ୍ବିସ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଅଧିକ ପଢନ୍ତୁ...

Swiss Open: PV Sindhu reaches final with win over Mia Blichfeldt
ସ୍ବିସ ଓପନ ଫାଇନାଲରେ ପିଭି ସିନ୍ଧୁ

ବାସେଲ: ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ ଶନିବାର ସ୍ବିସ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ସେମିଫାଇନାଲ ମୁକାବିଲାରେ ଡେନମାର୍କର ମିଆ ବ୍ଳିଚଫେଲ୍‌ଡଙ୍କୁ ହରାଇ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ।

ରିଓ ଅଳମ୍ପିକ ରୌପ୍ୟ ପଦକ ବିଜେତା ସିନ୍ଧୁ, 43 ମିନିଟ ଧରି ଖେଳାଯାଇଥିବା ମୁକାବିଲାରେ 22-20, 21-10 ସିଧା ସେଟ୍‌ରେ ସହଜ ବିଜୟ ହାସଲ କରିଥିଲେ । ପ୍ରଥମ ସେଟ୍‌ରେ ଉଭୟ ଖେଳାଳିଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ସିନ୍ଧୁ 22-20ରେ ବାଜି ମାରିନେଇଥିଲେ ।

ସିନ୍ଧୁ ଆରମ୍ଭରୁ ଆକ୍ରମମାତ୍ମକ ରଣନୀତ ସହ ଖେଳିଥିଲେ ଓ ଶେଷ ପର୍ଯ୍ୟନ୍ତ ପ୍ରଭାବୀ ପ୍ରଦର୍ଶନ ବଳବତ୍ତର ରଖିଥିଲେ ।

ଅଲମ୍ପିକ ଚମ୍ପିଆନ କାରୋଲିନା ମାରିନ କିମ୍ବା ଥାଇଲାଣ୍ଡର ପର୍ଣ୍ଣପାୱିଙ୍କୁ ରବିବାର ଫାଇନାଲ ମୁକାବିଲାରେ ଭେଟିବେ ସିନ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details