ବାସେଲ(ସ୍ବିଜରଲାଣ୍ଡ): ଚଳିତ ସ୍ବିସ ଓପନରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟୀ ଓ ସାତ୍ବିକ ସାଇରାଜ ରେଙ୍କିରେଡ୍ଡିଙ୍କ ଅଭିଯାନ ଶେଷ ହୋଇଛି । ସେମିଫାଇନାଲ ମୁକାବିଲାରେ ଡାନିସ ବ୍ୟାଡମିଣ୍ଟନ ଖେଳାଳି କିମ ଆଷଟ୍ରପ ଓ ଆଣ୍ଡର୍ସ ସ୍କାରପ ରାସମୁସେନଙ୍କ ଠାରୁ ପରାସ୍ତ ହେବାପରେ ଫାଇନାଲ ଖେଳିବା ଆଶା ମଉଳି ଯାଇଛି ।
ଡାନିସ ଯୋଡି, ଦୁଇ ଯୁବ ଭାରତୀୟ ଷ୍ଟାରଙ୍କ ଉପର ଭାରୀ ପଡିଥିଲେ । ପ୍ରଭାବୀ ପ୍ରଦର୍ଶନ ସହ 21-10, 21-17 ଦୁଇଟି ସିଧା ସେଟ୍ରେ ବିଜୟୀ ହୋଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଚିରାଗ ଓ ସାତ୍ବିକସାଇରାଜ ଯୋଡି ଏକାଧିକ ଥର ଅବିଶ୍ବସନୀୟ ବିଜୟୀ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ, ମାତ୍ର ସେମିଫାଇନାଲରେ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ପରାଜୟର ସାମ୍ନା କରିଛନ୍ତି ।