ବେଙ୍ଗାଲୁରୁ: ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ ପାଲଟିଛନ୍ତି ପାଇଲଟ । ତେବେ ସବୁଦିନ ପାଇଁ ସେ ନିଜ ଖେଳ ଛାଡି ପାଇଲଟ ହୋଇନାହାନ୍ତି । ଏଠାରେ ଚାଲିଥିବା ଏରୋ ଇଣ୍ଡିଆ ଏୟାର ଶୋ'ରେ ଗୋଟିଏ ଦିନ ପାଇଁ ସେ ଏହି ଭୂମିକା ନିର୍ବାହ କରିଛନ୍ତି ।
ପାଇଲଟ ପାଲଟିଲେ ସିନ୍ଧୁ, ଉଡାଇଲେ ତେଜସ ! - badminton star
ବ୍ୟାଡମିଣ୍ଟନ ଛାଡି ପାଇଲଟ ପାଲଟିଛନ୍ତି ପିଭି ସିନ୍ଧୁ । ତେଜାସ ଏୟାରକ୍ରାଫ୍ଟ ଉଡାଇ ସେ ରଚିଛନ୍ତି ଇତିହାସ ।
ଫାଇଲ ଫଟୋ
ରିପୋର୍ଟ ଅନୁସାରେ ଆଜି ଏଠାରେ ଚାଲିଥିବା ଏୟାର ଇଣ୍ଡିଆ ଶୋ'ରେ ମହିଳା ଦିବସ ପାଳନ ହେଉଥିଲା । ଏହି ଅବସରରେ ସିନ୍ଧୁ ଏୟାର ଶୋ'ରେ ଭାଗ ନେଇଥିଲେ । ଏହାସହ ସେ ହାଲର ତେଜାସ ଏୟାରକ୍ରାଫ୍ଟରେ କୋ-ପାଇଲଟ ବନିଥିଲେ । ତେଜାସ ହାଲ ଦ୍ୱାରା ନିର୍ମିତ ଏକ ସିଙ୍ଗଲ ଇଞ୍ଜିନ ମଲଟିରୋଲ ଲାଇଟ ଫାଇଟର ଏୟାରକ୍ରାଫ୍ଟ ।
ଏହି ଶୋ'ରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ମହିଳାଙ୍କୁ ସମ୍ମାନିତ କରାଯିବା ସହ ସେମାନଙ୍କ ଉପରେ ଏକ ବୁକ ରିଲିଜ କରାଯାଇଛି । ଏହି ଅବସରରେ ସମସ୍ତ ମହିଳା ସଦସ୍ୟ ଭାରତୀୟ ବାୟୁସେନାର ବିଭିନ୍ନ ବିମାନ ଉଡାଇଛନ୍ତି ।