ଓଡିଶା

odisha

ETV Bharat / sports

Olympics: ରିଓରେ ରୌପ୍ୟ ପରେ ଟୋକିଓରେ ସିନ୍ଧୁଙ୍କ ସ୍ବର୍ଣ୍ଣ ଲକ୍ଷ୍ୟରେ ଅଭ୍ୟାସ - ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ

ଜୁଲାଇ ୨୫ରୁ ଇସ୍ରାଏଲର କସନିଆ ପୋଲିକାରପୋଭାଙ୍କ ବିପକ୍ଷରେ ଅଲମ୍ପିକ ଅଭିଯାନ ଆରମ୍ଭ କରିବେ ସିନ୍ଧୁ । ଅଧିକ ପଢନ୍ତୁ...

Sindhu, Praneeth and TT players have first training in Tokyo
Olympics: ଟୋକିଓରେ ସିନ୍ଧୁଙ୍କ ଅଭ୍ୟାସ ଆରମ୍ଭ

By

Published : Jul 19, 2021, 5:24 PM IST

Updated : Jul 19, 2021, 5:48 PM IST

ଟୋକିଓ: ମଞ୍ଚ ପ୍ରସ୍ତୁତ, କ୍ଷେତ୍ର ମଧ୍ୟ ପ୍ରସ୍ତୁତ । କେବଳ ଶୁକ୍ରବାରକୁ ଅପେକ୍ଷା । ବିଶ୍ବର ନଜର ଧୀରେଧିରେ ଜାପାନର ରାଜଧାନୀ ଟୋକିଓରେ କେନ୍ଦ୍ରିତ ହେବାରେ ଲାଗିଛି । ବହୁଦେଶୀୟ ମେଗା ଇଭେଣ୍ଟ ତଥା ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଖେଳ ଆରମ୍ଭକୁ ଯେତିକି ସମୟ ପାଖଉଛି ବିଶ୍ବବାସୀଙ୍କ ହୃଦସ୍ପନ୍ଦନ ସହ କ୍ରୀଡାପ୍ରେମୀଙ୍କ ଉତ୍କଣ୍ଠା ମଧ୍ୟ ସେହି ମାତ୍ରାରେ ବଢିବାରେ ଲାଗିଛି ।

ବଡ ମଞ୍ଚରେ ବାଜିମାତ କରି ନିଜ ଦେଶର ପ୍ରତିକ ପତାକାକୁ ସର୍ବୋଚ୍ଚରେ ଉଡାଇବାକୁ ଶେଷ ପ୍ରସ୍ତୁତି କରୁଛନ୍ତି ବିଶ୍ବର ଶ୍ରେଷ୍ଠ ଆଥଲେଟ୍‌ । ଭାରତୀୟ ଅଲମ୍ପିକ ଟିମର ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ । ରବିବାର ପ୍ରଥମ ଦଫା ଭାରତୀୟ ଅଲମ୍ପିକ ଟିମ ଟୋକିଓରେ ପହଞ୍ଚିସାରିଛି ।

ବିଶ୍ବ ଚମ୍ପିଆନ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ତଥା ରିଓ ଅଲମ୍ପିକ ରୌପ୍ୟ ବିଜୟିନୀ ପିଭି ସିନ୍ଧୁ ସୋମବାର ଟୋକିଓରେ ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରଥମ ଅଭ୍ୟାସ ଆରମ୍ଭ କରିଛନ୍ତି । ବି ସାଇ ପ୍ରଣୀତଙ୍କ ସହ ସିନ୍ଧୁ ଲଢେଇ ଅଭ୍ୟାସ କରୁଥିବାର ନଜର ଆସିଛନ୍ତି ।

ଜାପାନ ଯାତ୍ରା ପୂର୍ବରୁ ସିନ୍ଧୁ ହାଇଦ୍ରାବାଦର ଗୋଚିବୋୱଲି ଷ୍ଟାଡିୟମରେ କୋଚ୍‌ ପାର୍କ ପାର୍କ ତାଏ-ସଙ୍ଗ୍‌ଙ୍କ ସହ ପ୍ରସ୍ତୁତି ଚଳାଇଥିଲେ । ୫ ବର୍ଷ ପୂର୍ବେ ଅଲମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁଙ୍କୁ ଏଥର ସ୍ବର୍ଣ୍ଣ ପଦକ ଦାବିଦାର ରହିଛନ୍ତି ।

ଜୁଲାଇ ୨୫ ଅଲମ୍ପିକ ଅଭିଯାନ ଆରମ୍ଭ କରିବେ ସିନ୍ଧୁ । ଇସ୍ରାଏଲର କସନିଆ ପୋଲିକାରପୋଭାଙ୍କ ବିପକ୍ଷରେ ପ୍ରଥମ ମୁକାବିଲା ଖେଳିବେ । ଅଲମ୍ପିକ ଟୁର୍ଣ୍ଣାମେଣ୍ଟରେ ଗ୍ରୁପ ଜେ' ରେ ସିନ୍ଧୁ ରହିଥିବାବେଳେ ବିଶ୍ବ ମାନ୍ୟତାର ୩୪ତମ ସ୍ଥାନରେ ଥିବା ହଂକଂ ଖେଳାଳି ଚେଅଙ୍ଗ୍‌ ନଗନ ତୃତୀୟ ଖେଳାଳି ଭାବେ ଗ୍ରୁପରେ ରହିଛନ୍ତି । ଏହି ଗ୍ରୁପରୁ କେବଳ ଜଣେ ଖେଳାଳି ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ । ଯଦି ସିନ୍ଧୁ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହୁଅନ୍ତି ତେବେ, ଦ୍ବିତୀୟ ରାଉଣ୍ଡରେ ବିଶ୍ବ ମାନ୍ୟତାର ଦ୍ବାଦଶ ସ୍ଥାନରେ ଥିବା ମିଆ ବ୍ଳିଚଫେଲଡଟ୍‌ଙ୍କୁ ଭେଟିବେ ।

ଅନ୍ୟପଟେ ସାଇ ପ୍ରଣୀତ ପୁରୁଷ ଏକକ ଡ୍ର ରେ ନେଦରଲାଣ୍ଡ୍‌ସର ମାର୍କ କଲଜୋ ଓ ଇସ୍ରାଏଲ ପ୍ରତିଦ୍ବନ୍ଦ୍ବୀ ମିସା ଜିଲବେରମନଙ୍କ ସହ ଗ୍ରୁପ ଡି'ରେ ରହିଛନ୍ତି ।

ପୂର୍ବରୁ ଟେବୁଲ ଟେନିସ ଟିମ ମଧ୍ୟ ସୋମବାର ସକାଳେ ଅଭ୍ୟାସ ଆରମ୍ଭ କରିଛନ୍ତି । ଅଚନ୍ତା ସରଥ କମଲ ଓ ଜି ସାଥୀୟାନ ପ୍ରଥମ ଅଭ୍ୟାସ ଅଧିବେଶନରେ ନଜର ଆସିଥିଲେ । ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ସାଥିୟାନ ଓ କମଲ ପୁରୁଷ ଏକକ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଅନ୍ୟପଟେ ମିଶ୍ରିତ ଯୁଗଳ ଇଭେଣ୍ଟରେ ମନିକା ବାତ୍ରା କମଲଙ୍କ ପାର୍ଟନର ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 19, 2021, 5:48 PM IST

ABOUT THE AUTHOR

...view details