ପ୍ୟାରିସ(ଫ୍ରାନ୍ସ):ଚଳିତ ଫ୍ରେଞ୍ଚ୍ ଓପନ ୨୦୨୧ରୁ ବାଦ୍ ପଡିଲେ ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ଶନିବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ଜାପାନର ସୟାକା ତାକାହାସିଙ୍କଙ୍କ ଠାରୁ ପରାସ୍ତ ହୋଇଛନ୍ତି ସିନ୍ଧୁ ।
ଦୁଇ ଥର ଅଲମ୍ପିକ ପଦକ ବିଜୟିନୀ ସିନ୍ଧୁଙ୍କୁ ଏକ ଘଣ୍ଟା ଓ ୮ ମିନିଟ ଧରି ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ତାକାହାସି ୨୧-୧୮, ୧୬-୨୧ ଓ ୧୨-୨୧ରେ ପରାସ୍ତ କରିଛନ୍ତି । ଏଥିସହିତ ଫ୍ରେଞ୍ଚ୍ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି । ଅନ୍ୟପଟେ ଏହି ପରାଜୟ ସହ ଫ୍ରେଞ୍ଚ୍ ଓପନ୍ରେ ଭାରତର ଅଭିଯାନ ଶେଷ ହୋଇଛି ।