ବ୍ୟାଙ୍କକ୍:ଥାଇଲାଣ୍ଡ ଓପନ ସୁପର 1000ରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାତ୍ବିକ ସାଇରାଜ ରାଙ୍କିରେଡ୍ଡି ଓ ଚିରାଗ ସେଟ୍ଟିଙ୍କ ଅଭିଯାନ ଶେଷ ହୋଇଛି । ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ପରାସ୍ତ ହେବାପରେ ଏହି ଦୁଇ ଖେଳାଳିଙ୍କ ବିଜୟୀ ପ୍ରଦର୍ଶନରେ ବ୍ରେକ ଲାଗିଛି ।
ବିଶ୍ବ ମାନ୍ୟତାର 10ନଂ ସ୍ଥାନରେ ଥିବା ଭାରତୀୟ ଯୋଡି, 9 ନଂ ସ୍ଥାନରେ ଥିବା ମାଲେସିଆର ଆରୋନ ଚିଆ ଓ ସୋ ଓଇଙ୍କ ଠାରୁ 18-21 ଓ 18-21 ସେଟ୍ରେ ପରାସ୍ତ ହୋଇଛନ୍ତି । 35 ମିନିଟ ଧରି ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମ ଦୁଇଟି ସେଟ୍ରେ ପରାସ୍ତ ହେବାପରେ ଫାଇନାଲ ଆଶା ମଉଳିଯାଇଥିଲା ।