ନୂଆଦିଲ୍ଲୀ:ଦୁଇ ଷ୍ଟାର ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କୁ ବଡ ଝଟକା ।
ଅଲମ୍ପିକ ପଦକ ବିଜେତା ସାଇନା ନେହୱାଲ ଓ କିଦାମ୍ବୀ ଶ୍ରୀକାନ୍ତଙ୍କ ଟୋକିଓ ଅଲମ୍ପିକ୍ସ ସ୍ବପ୍ନ ଶୁକ୍ରବାର ଧୂଳିଶାତ ହୋଇଛି । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଚଳିତ ବର୍ଷ ଟୋକିଓରେ ହେବାକୁ ଥିବା ଅଲମ୍ପିକ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ପାଇଁ ଆଉ କୌଣସି ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ ଖେଳାଯିବ ନାହିଁ । ଏନେଇ ବ୍ୟାଡମିଣ୍ଟନର ସର୍ବୋଚ୍ଚ ପରିଚାଲା ବୋର୍ଡ ଘୋଷଣା କରିବା ପରେ ସାଇନା ଓ ଶ୍ରୀକାନ୍ତଙ୍କୁ ନିରାଶ ହେବାକୁ ପଡିଛି ।