ଓଡିଶା

odisha

ETV Bharat / sports

ଥାଇଲାଣ୍ଡ ଓପନ: ସାଇନା ନେହୱାଲ, ଏଚଏସ ପ୍ରଣୟ କୋରୋନା ପଜିଟିଭ

ସାଇନା ପ୍ରଥମ ରାଉଣ୍ଡରେ ମାଲେସିଆର କିସନା ସାଲଭାଦୁରୟ ଓ ପାରୁପଲ୍ଲୀ କଶ୍ୟପ କାନାଡାର ଜେସନ ଆନ୍ଥୋନି ହୋ ସୁ ଙ୍କୁ ଭେଟିବାର ସୂଚୀ ରହିଥିଲା । ଅଧିକ ପଢନ୍ତୁ...

By

Published : Jan 12, 2021, 3:46 PM IST

Saina out after testing COVID positive, Prannoy's sample gives conflicting results
ସାଇନା ନେହୱାଲ

ହାଇଦ୍ରାବାଦ: ଭାରତୀୟ ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ପୁରୁଷ ଖେଳାଳି ଏଚଏସ ପ୍ରଣୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନରୁ ନିଜର ନାମ ପ୍ରତ୍ୟାହାର କରିନେଇଛନ୍ତି । ଭାରତୀୟ ବ୍ୟାଡମିଣ୍ଟନ ସଂଘ ଏନେଇ ସୂଚନା ଦେଇଛି । ସାଇନା ଓ ପ୍ରଣୟଙ୍କ କୋରୋନା ରିପୋର୍ଟ ପଜିଟିଭ ରହିଥିବା BAI ଟ୍ବିଟ ଯୋଗେଁ ସୂଚନା ଦେଇଛି ।

ପତ୍ନୀ ସାଇନାଙ୍କ ସଂସ୍ପର୍ଶରେ ଆସିଥିବାରୁ ପାରୁୁପଲ୍ଲୀ କଶ୍ୟପ ମଧ୍ୟ ଟୁର୍ଣ୍ଣାମେଣ୍ଟରୁ ଓହରିବାକୁ ବାଧ୍ୟ ହୋଇଛନ୍ତି ।

ପରେ ସାଇନା ମଧ୍ୟ ନିଜେ ଟ୍ବିଟ ଯୋଗେଁ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ''ଗତକାଲିଠାରୁ ଏବେଯାଏଁ କୋଭିଡ ପରୀକ୍ଷଣ ରିପୋର୍ଟ ପ୍ରଦାନ କରାଯାଇନାହିଁ, ଏହା ଅତ୍ୟନ୍ତ ଭ୍ରମର କଥା, ଆଜି ମ୍ୟାଚ ପାଇଁ ଅଭ୍ୟାସ ପୂର୍ବରୁ କୋଭିଡ-19 ରିପୋର୍ଟ ପଜିଟିଭ ଥିବାରୁ ବ୍ୟାଙ୍କକ୍ ର ହସ୍ପିଟାଲରେ ଭର୍ତ୍ତି ହେବାପାଇଁ କୁହାଯାଇଛି ।

ତେବେ ରୋଚକ କଥା ହେଉଛି, ସାଇନା ଦ୍ବିତୀୟ ଥର ପାଇଁ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପୂର୍ବରୁ ଗତମାସରେ ସାଇନା ସ୍ବାମୀ ତଥା ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କ ସହ ସଂକ୍ରମିତ ଚିହ୍ନଟ ହୋଇଥିଲେ । ପରେ ସାଇନା ଓ ପ୍ରଣୟ କ୍ବାରେଣ୍ଟିନରେ ରହିବାପରେ ବ୍ୟାଙ୍କକ୍ ଯାତ୍ରା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details