ଆଗ୍ରା:ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ଆଗ୍ରା ଗସ୍ତ । ସୋମବାର ସକାଳେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ତାଜମହଲ ସହ ଫଟୋ ଓ ଭିଡିଓ ସେୟାର କରିଛନ୍ତି ସାଇନା । ଏଥିସହ ସୋମବାର ସକାଳୁ ସାଇନା ଆଗ୍ରାରୁ ମଥୁରା ଅଭିମୁଖେ ଯାତ୍ରା କରିବା ସହ ବୃନ୍ଦାବନ ବୁଲିବାର କାର୍ଯ୍ୟକ୍ରମ ରହିଛି ।
ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ସାଇନା ରବିବାର ସନ୍ଧ୍ୟାରେ ଆଗ୍ରା ପହଞ୍ଚିଥିଲେ । ସେଠାରେ ସାଇନା ତାଜମହଲଠୁ ଅଳ୍ପ ଦୂରରେ ଥିବା ହୋଟେଲ ଅମର ବିଲାସରେ ରହିଥିଲେ । ଦିଲ୍ଲୀରେ ଲାଲ କିଲା, କୁତୁବ ମୀନାର, ହ୍ୟୁମାୟୁଙ୍କ ମକବରା ସମେତ ଅନ୍ୟ ଦର୍ଶନୀୟ ସ୍ଥାନ ଭ୍ରମଣ କରି ତାଜନଗରୀରେ ପହଞ୍ଚିଛନ୍ତି । ଭାରତୀୟ ସ୍ମାରକୀ ସବୁ ଦର୍ଶନକୁ ନେଇ ଉତ୍ସାହିତ ରହିଛନ୍ତି ।