ଓଡିଶା

odisha

ଓରଲିନସ ମାଷ୍ଟର୍ସ: ସେମିରେ ପହଞ୍ଚିଲେ ସାଇନା ନେହୱାଲ

By

Published : Mar 26, 2021, 9:50 PM IST

ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ। କ୍ବାର୍ଟର ଫାଇନାଲରେ ସାଇନା ନେହୱାଲଙ୍କ ସହ ଆମେରିକାର ଆଇରିସ ୱାଙ୍ଗଙ୍କ ସହ ମୁକାବିଲା ହୋଇଥିଲା। ଅଧିକ ପଢ଼ନ୍ତୁ...

ଓରଲିନସ ମାଷ୍ଟର୍ସ: ସେମିରେ ପହଞ୍ଚିଲେ ସାଇନା ନେହୱାଲ
ଓରଲିନସ ମାଷ୍ଟର୍ସ: ସେମିରେ ପହଞ୍ଚିଲେ ସାଇନା ନେହୱାଲ

ପ୍ୟାରିସ:ଓରଲିନସ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପହଞ୍ଚିଲେ ଭାରତୀୟ ବ୍ୟାଡମିଣ୍ଟନ ତାରକା ସାଇନା ନେହୱାଲ। କ୍ବାର୍ଟର ଫାଇନାଲରେ ସାଇନା ନେହୱାଲଙ୍କ ସହ ଆମେରିକାର ଆଇରିସ ୱାଙ୍ଗଙ୍କ ସହ ମୁକାବିଲା ହୋଇଥିଲା। ଏହି ମ୍ୟାଚକୁ 3ଟି ସେଟ 21- 19, 17- 21 ଓ 21- 19ରେ ଜିତି ନେଇଛନ୍ତି ସାଇନା।

ଏକ ଘଣ୍ଟା ଧରି ଚାଲିଥିବା ଏହି ମ୍ୟାଚରେ ଦୁହିଁଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ପ୍ରଥମ ସେଟରେ ସାଇନା ୱାଙ୍ଗଙ୍କୁ ରୋମାଞ୍ଚକର ଭାବରେ ମାତ୍ର ଦୁଇ ପଏଣ୍ଟ ବ୍ୟବଧାରେ ବିଜୟୀ ହୋଇଥିଲେ। ତେବେ ଦ୍ବିତୀୟ ସେଟରେ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିଥିଲେ ୱାଙ୍ଗ। ଏହାପରେ ଶେଷ ସେଟରେ ସାଇନା ଜବରଦସ୍ତ ପ୍ରଦର୍ଶନ କରି ମ୍ୟାଚ ହାତେଇ ନେଇଥିଲେ।

ସେପଟେ ଓରଲିନସ ମାଷ୍ଟର୍ସ ମହିଳା ବିଭାଗର ଆଉ ଏକ ସଙ୍ଗଲ ମ୍ୟାଚରେ ଭାରତର ଇରା ଶର୍ମାଙ୍କୁ ପରାଜିତ କରିଛନ୍ତି ଡେନମାର୍କର ଲିନ ଖ୍ରୀଷ୍ଠୋଫରସେନ। କେବଳ ଦୁଇଟି 21- 11 ଓ 21- 8 ସିଧା ସେଟରେ ଇରା ପରାଜିତ ହୋଇଥିଲେ। ଏହି ମ୍ୟାଚ କେବଳ 23 ମିନିଟ ଧରି ଚାଲି ପାରିଥିଲା। ଅନ୍ୟପଟେ ଭାରତୀୟ ମହିଳା ଡବଲ୍ସ ଯୋଡି ଅଶ୍ବିନି ପୋନାପ୍ପା ଓ ଏନ ସିକି ରେଡ୍ଡି ସେମିଫାଇନାଲକୁ ଉନ୍ନୀତ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details